ETV Bharat / bharat

ହିଂସା ଚାହୁଁନୁ, ପ୍ରୋଟୋକଲ ଭାଙ୍ଗିଛି ଭାରତ: ଚୀନ

author img

By

Published : Jun 17, 2020, 3:19 PM IST

ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିୟନ । ଆଗକୁ ଏଭଳି ସଂଘର୍ଷ ନଘଟୁ ବୋଲି ଚୀନ ଚାହୁଁଥିବା ସେ କହିଛନ୍ତି ।

ଝାଓ ଲିଜିୟନ
ଝାଓ ଲିଜିୟନ

ବେଜିଂ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିବା ବେଳେ ଚୀନର ପ୍ରାୟ 40ରୁ ଉର୍ଦ୍ଧ୍ବ ଯବାନ ନିହତ ହୋଇଛନ୍ତି । ଘଟଣାପରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ତେବେ ଇତି ମଧ୍ୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିୟନ । ଆଗକୁ ଏଭଳି ସଂଘର୍ଷ ନଘଟୁ ବୋଲି ଚୀନ ଚାହୁଁଥିବା ସେ କହିଛନ୍ତି ।

ଗଲୱାନ ଘାଟି କ୍ଷେତ୍ରର ସାର୍ବଭମୈତ୍ବ ସର୍ବଦା ଚୀନ ସହ ସମ୍ବନ୍ଧିତ ରହିଛି ବୋଲି ଝାଓ ଲିଜିୟନ କହିଛନ୍ତି ।

ଏହା ସହିତ ସେ ଏହି ସଂଘର୍ଷ ପାଇଁ ଭାରତୀୟ ଯବାନଙ୍କୁ ଦୋଷ ଦେଇଛନ୍ତି । ସେ କହିଛନ୍ତି, 'ସୀମା ବିବାଦର ସମାଧାନ ପାଇଁ କମାଣ୍ଡରସ୍ତରୀୟ ଆଲୋଚନା ପାଇଁ ସହମତି ପ୍ରକାଶ ପାଇବା ପରେ ଭାରତୀୟ ସେନା ସୀମା ପାର କରିଛନ୍ତି । ଭାରତୀୟ ସେନା ଆମ ପ୍ରୋଟୋକଲର ଉଲଙ୍ଘନ କରିଛି । '

ଏଥିସହ ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୀମାନ୍ତରେ ଥିବା ନିଜ ଯବାନଙ୍କୁ ଅନୁଶାସିତ କରିବାକୁ ଭାରତକୁ ପରାମର୍ଶ ଦିଆଯାଇଛି । ଏଥିରେ କୁହାଯାଇଛି, 'ଭାରତ ସୀମାନ୍ତରେ ଥିବା ନିଜ ଯବାନଙ୍କୁ ଅନୁଶାସିତ କରି ଉଲଙ୍ଘନ ଏବଂ ପ୍ରବର୍ତ୍ତାଇବା ଭଳି ଗତିବିଧିକୁ ରୋକୁ ଏବଂ ଚୀନ ସହ ମିଳିମିଶି କାର୍ଯ୍ୟକରୁ । ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବାକୁ ଆମେ ପୁଣିଥରେ ଭାରତକୁ କହୁଛୁ । '

ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଆହୁରି କହିଛନ୍ତି ଯେ, ଆମେ କୂଟନୈତିକ ଏବଂ ସେନା ଅଧିକାରୀଙ୍କ ମାଧ୍ୟମରେ ଆଲୋଚନା କରୁଛୁ । ଭାରତୀୟ ଏବଂ ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ପାଇଁ ଚୀନ ଦାୟୀ ନୁହେଁ । ଆମେ ଆଉ ହିଂସକ ସଂଘର୍ଷ ଚାହୁଁନୁ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେଉ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.