ETV Bharat / bharat

ଉହାନ ପହଞ୍ଚି କୋରୋନା ସ୍ଥିତି ପରଖିଲେ ରାଷ୍ଟ୍ରପତି ସି ଜିନପିଙ୍ଗ

author img

By

Published : Mar 10, 2020, 7:42 PM IST

କୋରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ହୁବେଇ ଓ ଏହାର ରାଜଧାନୀ ଉହାନରେ ପହଞ୍ଚି ସ୍ଥିତି ପରଖିଛନ୍ତି ରାଷ୍ଟ୍ରପତି । ସେଠାରେ ଅହରହ କାର୍ଯ୍ୟରତ ଥିବା ସେନା ଅଧିକାରୀ, ସ୍ବାସ୍ଥ୍ୟକର୍ମୀ, ସମାଜସେବୀ, ପୋଲିସ ଓ ସ୍ବେଚ୍ଛାକୃତ ସାହାଯ୍ୟକାରୀଙ୍କୁ ରାଷ୍ଟ୍ରପତି ସେମାନଙ୍କର ଅବିରତ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

china president visits wuhan, xi jinping in wuhan, corona in china, corona latest news, କୋରୋନା ଲାଟେଷ୍ଟ ନ୍ୟୁଜ୍‌, ଚୀନରେ କୋରୋନା, ଉହାନ ପହଞ୍ଚିଲେ ଚୀନ ରାଷ୍ଟ୍ରପତି, ଉହାନରେ ସି ଜିନପିଙ୍ଗ
ଉହାନ ପହଞ୍ଚି କୋରୋନା ସ୍ଥିତି ପରଖିଲେ ରାଷ୍ଟ୍ରପତି ସି ଜିନପିଙ୍ଗ

ବେଜିଂ: ବିଶ୍ବବ୍ୟାପୀ କୋରୋନା ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ମଙ୍ଗଳବାର ଉହାନ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ଚୀନରେ କୋରୋନା ସ୍ଥିତି ସମୀକ୍ଷା ନେଇ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ । ଉହାନରେ କିପରି କୋରୋନାର ମୁକାବିଲା ପାଇଁ କାର୍ଯ୍ୟ ଚାଲିଛି ଓ ଏହାକୁ କିପରି ନିୟନ୍ତ୍ରଣ କରାଯାଉଛି ତାହା ସେ ସମୀକ୍ଷା କରିଛନ୍ତି ।

ତେବେ କୋରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ହୁବେଇ ଓ ଏହାର ରାଜଧାନୀ ଉହାନରେ ପହଞ୍ଚି ସ୍ଥିତି ପରଖିଛନ୍ତି ରାଷ୍ଟ୍ରପତି । ସେଠାରେ ଅହରହ କାର୍ଯ୍ୟରତ ଥିବା ସେନା ଅଧିକାରୀ, ସ୍ବାସ୍ଥ୍ୟକର୍ମୀ, ସମାଜସେବୀ, ପୋଲିସ ଓ ସ୍ବେଚ୍ଛାକୃତ ସାହାଯ୍ୟକାରୀଙ୍କୁ ରାଷ୍ଟ୍ରପତି ସେମାନଙ୍କର ଅବିରତ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ବିପଦ ସମୟରେ ବି ଏକତାର ପରିଚୟ ଦେଇ ପରସ୍ପରକୁ ସାହାଯ୍ୟ କରୁଥିବାରୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି ।

ଉହାନ ପହଞ୍ଚି ସ୍ଥିତି ପରଖି ରାଷ୍ଟ୍ରପତି ସମସ୍ତଙ୍କୁ ସାହାଯ୍ୟ ଓ ସହଯୋଗ କାମନା କରିବା ସହ ଉହାନବାସୀଙ୍କ ଦୃଢ ମନୋବଳକୁ ସମ୍ମାନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.