ETV Bharat / bharat

ପୁଣି କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଇଲା ଚୀନ

author img

By

Published : Jan 17, 2020, 11:12 PM IST

ଜାତିସଂଘ ସୁରକ୍ଷା ପରିଷଦର ଅଧିକାଂଶ ସଦସ୍ୟ ଘାଟିର ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତିତ ଥିବା ଦାବି କରିଛି ଚୀନ । ଜାଣନ୍ତୁ ସେ କ'ଣ କହିଛି...

kashmir issue
ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର

ବେଜିଂ: କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଲଜ୍ଜିତ ହେବାପରେ ମଧ୍ୟ ଶିକ୍ଷାଲାଭ କରିନାହିଁ ଚୀନ । ପାକିସ୍ତାନକୁ ଖୁସି କରିବା ପାଇଁ ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଇ ପ୍ରଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି ସେ । ଏହା ସହିତ ଜାତିସଂଘ ସୁରକ୍ଷା ପରିଷଦର ଅଧିକାଂଶ ସଦସ୍ୟ ଘାଟିର ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତିତ ଥିବା ଦାବି କରିଛି ଚୀନ ।

ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଗେଙ୍ଗ ଶୁଆଙ୍ଗ କହିଛନ୍ତି ଯେ, କାଶ୍ମୀର ଏକ ଐତିହାସିକ ବିବାଦ । ଏହାର ସମାଧାନ ଜାତିସଂଘର ଚାର୍ଟର, ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଦ୍ବିପାକ୍ଷିକ ବୁଝାମଣା ଜରିଆରେ ହେବା ଉଚିତ । ପାକିସ୍ତାନର ଅନୁରୋଧକ୍ରମେ ଜାତିସଂଘ ସୁରକ୍ଷା ପରିଷଦ କାଶ୍ମୀର ପ୍ରସଙ୍ଗରେ ଜାନୁଆରୀ 15ରେ ସମୀକ୍ଷା କରିଛନ୍ତି । ସୁରକ୍ଷା ପରିଷଦର ସଦସ୍ୟ କାଶ୍ମୀରର ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି ବୋଲି ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦିନକ ପୂର୍ବରୁ ଅର୍ଥାତ ଗୁରୁବାର ପାକିସ୍ତାନର ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଠାଇବାର ଚୀନର ପ୍ରୟାସ ବିଫଳ ହୋଇଛି ବୋଲି ଭାରତ ସ୍ପଷ୍ଟ କରିଥିଲା । ଭାରତ-ପାକିସ୍ତାନର ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ପାଇଁ ଏହା ଠିକ ମଞ୍ଚ ନୁହେଁ ବୋଲି ସୁରକ୍ଷା ପରିଷଦର 15 ଜଣ ସଦସ୍ୟ ମନ୍ତବ୍ୟ ରଖିଥିବା ଭାରତ କହିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.