ETV Bharat / bharat

ତଥାକଥିତ ଅରୁଣାଚଳ ପ୍ରଦେଶକୁ ଆମେ ଚିହ୍ନି ନାହୁଁ: ଚୀନ ବୈଦେଶିକ ମନ୍ତ୍ରୀ

author img

By

Published : Sep 8, 2020, 3:11 PM IST

ଶୁକ୍ରବାର ଭାରତ-ଚୀନ୍ ସୀମାରେ ଥିବା ଉତ୍ତର-ପୂର୍ବ ରାଜ୍ୟର ଏକ ଗାଁରୁ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି 5 ଜଣ ଯୁବକଙ୍କୁ ଅପହରଣ କରିନେଇଛି । କିନ୍ତୁ ଚାଇନା ଏହି ଅଭିଯୋଗକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛି ।

ଚୀନ ବୈଦେଶିକ ମନ୍ତ୍ରୀ
ଚୀନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ଅରୁଣାଚଳ ପୋଲିସ ଦାବି କରିଛି ଯେ ଗତ ଶୁକ୍ରବାର ଭାରତ-ଚୀନ୍ ସୀମାରେ ଥିବା ଉତ୍ତର-ପୂର୍ବ ରାଜ୍ୟର ଏକ ଗାଁରୁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି 5 ଜଣ ଯୁବକଙ୍କୁ ଅପହରଣ କରିନେଇଛି । କିନ୍ତୁ ଚୀନ ଏହି ଅଭିଯୋଗକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛି ।

ଭାରତକୁ ନେଇ ଥିବା ଉଦବେଗକୁ ଦୂର କରି ଚୀନ କହିଛି ଯେ, ତଥାକଥିତ ଅରୁଣାଚଳପ୍ରଦେଶକୁ ଆମେ ଚିହ୍ନି ନାହୁଁ । ଆମର ସ୍ଥିତି ଭାରତ-ଚୀନ ସୀମାର ପୂର୍ବ ଭାଗ ବା ଦକ୍ଷିଣ ତିବତର ଦକ୍ଷିଣ ପାର୍ଶ୍ବରେ ରହିଛି ବୋଲି ଚୀନର ବୈଦେଶିକ ମନ୍ତ୍ରୀ ଜାଓ ଲିଜିଆନ୍ ବେଜିଂର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସହ ଚୀନ ମୁଖପାତ୍ର ମଧ୍ୟ ଏହି ସ୍ଥିତି ନେଇ ଅବଗତ ନଥିବା କହି କଥାକୁ ଏଡେଇ ଦେଇଛନ୍ତି ।

ଚୀନ ସର୍ବଦା ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବତର ଗୋଟିଏ ଅଂଶ ବୋଲି ଭାବି ଆସିଛି । ଫେବୃଆରୀରେ ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ ବିରୋଧ କରିଥିଲା । ଚୀନ କହିଥିଲା ଯେ, ଶାହାଙ୍କ ଗସ୍ତ ସାର୍ବଭୌମତ୍ବକୁ ଖରାପ କରୁଛି । ଗତ ବର୍ଷ ନଭେମ୍ବରରେ ମଧ୍ୟ ଚୀନର ବୈଦେଶିକ ମନ୍ତ୍ରୀ ରାଜନାଥ ସିଂଙ୍କ ଗସ୍ତକୁ ମଧ୍ୟ ବିରୋଧ କରିଥିଲେ ।

ଅନ୍ୟପକ୍ଷେ ଚୀନର ଏଭଳି ପ୍ରତିକ୍ରିୟାକୁ ତୀବ୍ର ନିନ୍ଦା କରିଛନ୍ତି ଅରୁଣାଚଳ ପ୍ରଦେଶ ଛାତ୍ର ସଂଘ । ସେମାନେ କହିଛନ୍ତି ପ୍ରଦେଶର ସମସ୍ତ ବ୍ୟକ୍ତି ଜଣେ ଜଣେ ଗର୍ବିତ ଭାରତୀୟ । ଆମକୁ ବୈଦେଶିକ ପ୍ରବେଶର କୌଣସି ଆବଶ୍ୟକତା ନାହିଁ । ଅବାନ୍ତର ବୟାନ ଦେବା ବଦଳରେ 5 ଜଣ ସାଧାରଣ ନାଗରିକଙ୍କୁ ଶୀଘ୍ର ମୁକ୍ତ କରିବାକୁ ପିପୁଲ୍ସ ଲିବେରସନ୍ ଆର୍ମୀକୁ କହିବାକୁ ସେ ଦାବି କରିଛନ୍ତି ।

ଶନିବାର ଦିନ ସିନୋ-ଭାରତ ସୀମାରେ ଥିବା ଅପର୍ ସୁବାନ୍ସିରି ଜିଲ୍ଲାରେ ଭାରତୀୟ ସେନା ଦ୍ୱାରା ଗାଇଡ୍ ଏବଂ ପୋର୍ଟର୍ ଭାବେ ନିୟୋଜିତ ଥିବା 5 ଜଣ ନିଖୋଜ ଥିବା ଜଣାପଡିଥିଲା । ଏନେଇ ଚୀନ ପ୍ରତିପକ୍ଷଙ୍କ ସହ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲା । ଜଙ୍ଗଲରେ ଶିକାର ପାଇଁ ଯାଇଥିବା ଯୁବକ ଗୋଷ୍ଠୀଙ୍କ ମଧ୍ୟରୁ 2 ଜଣ ଫେରିଥିଲେ ଓ ସେମାନେ 5 ଜଣଙ୍କୁ ଅପହରଣ କରିନେଇଥିବା କଥା ପରିବାରକୁ ଜଣାଇଥିଲେ । ନାଚୋରୁ 12 କିଲୋମିଟର ଦୂରରେ ଥିବା ଆର୍ମୀ ପାଟ୍ରୋଲ ଜୋନ୍ ସେରା-7ରୁ ଅପହରଣ ହୋଇଥିବା ଜଣା ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.