ETV Bharat / bharat

କୋରୋନା ଆତଙ୍କ; ଚୀନରେ 3042 ମୃତ, ବିଶ୍ବରେ 95,333 ଆକ୍ରାନ୍ତ

author img

By

Published : Mar 6, 2020, 9:49 AM IST

ଦିନକୁ ଦିନ ଭୟଙ୍କରରୁ ଅତି ଭୟଙ୍କର ରୂପ ନେଉଛି କୋରୋନା ଭାଇରସ(କୋଭିଡ-19) । ଏହି ପ୍ରାଣଘାତୀ ଭାଇରସ ପାଇଁ ଚୀନରେ ଶୁକ୍ରବାର ସୁଦ୍ଧା 3042 ଲୋକ ପ୍ରାଣ ହରାଇ ସାରିଲେଣି ।ଏଥିସହ ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 95,333 ପହଞ୍ଚିଛି ।

china death toll 3042
ଚୀନରେ କୋରୋନା ମୃତ୍ୟୁ ସଂଖ୍ୟା 3042 ଛୁଇଁଲା

ନୂଆଦିଲ୍ଲୀ: ଆତଙ୍କ ସୃଷ୍ଟି କରୁଛି କୋରୋନା । ଦିନକୁ ଦିନ ଭୟଙ୍କରରୁ ଅତି ଭୟଙ୍କର ହେଉଛି ଏହି ଭାଇରସ । ଯାହାର ଜାଲରେ ଛନ୍ଦି ହୋଇପଡିଛି ଚୀନ ସମେତ 48 ଟି ଦେଶ । ଏହି ପ୍ରାଣଘାତୀ ଭାଇରସ ପାଇଁ ଚୀନରେ ଶୁକ୍ରବାର ସୁଦ୍ଧା 3042 ଲୋକ ପ୍ରାଣ ହରାଇ ସାରିଲେଣି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା 80552ରେ ପହଞ୍ଚିଛି ।

ଏପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ସମଗ୍ର ବିଶ୍ବରେ COVID-19 ର 2,241 ନୂତନ ମାମଲା ରିପୋର୍ଟ ହୋଇଛି । ଏଥିସହ ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 95,333 ପହଞ୍ଚିଛି ।

ସୂଚନାଯୋଗ୍ୟ, ଚୀନ ସମେତ ଦକ୍ଷିଣ କୋରିଆ, ଇଟାଲୀ, ଇରାନରେ ମଧ୍ୟ କୋରୋନା ଭୟଙ୍କର ସ୍ଥିତି ନେଇଛି । ତେବେ ପ୍ରଥମ ଥର ଆମେରିକାର ଓରେଗନ ଅଞ୍ଚଳରେ ଜଣେ କୋରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଆମେରିକାରେ 3ଜଣଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.