ETV Bharat / bharat

ଜମ୍ମୁ ଓ କାଶ୍ମୀର ପ୍ରଶାସନର ଅନୁରୋଧ: ଇଦ୍ ପୂର୍ବରୁ ଫେରିଆସନ୍ତୁ ଛାତ୍ର - ବାଂଲାଦେଶରୁ ଫେରିଛନ୍ତି କାଶ୍ମୀର ଛାତ୍ର

ପୂର୍ବରୁ ଶୁକ୍ରବାର 160 ବାଂଲାଦେଶରୁ ଫେରି ଆସିଛନ୍ତି । ସେହିପରି ଶନିବାର 129 ଜଣ ଛାତ୍ର ଢାକାରୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ଜମ୍ମୁ ଓ କାଶ୍ମୀର ପ୍ରଶାସନର ଅନୁରୋଧ: ଇଦ୍ ପୂର୍ବରୁ ଫେରିଆସନ୍ତୁ ଛାତ୍ର

author img

By

Published : May 10, 2020, 6:46 AM IST

ଶ୍ରୀନଗର: ଆଉ କିଛି ଦିନ ପରେ ଆସିବ ଇଦ୍ । ଏଥିପାଇଁ ସାରା ଜମ୍ମୁ ଓ କାଶ୍ମୀର ଚଲାଇଛି ପ୍ରସ୍ତୁତି । ଲକଡାଉନ ଯୋଗୁଁ ଉତ୍ସବ ପାଳନରେ ଫିକା ପଡିପାରେ କିନ୍ତୁ ସମସ୍ତେ ପରିବାର ସହ ରହିବେ । ଏହି ଆଶାରେ ଜମ୍ମୁ ଓ କାଶ୍ମୀର ପ୍ରଶାସନ ବିଦେଶରେ ଫସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ପଦକ୍ଷେପ ନେଇଛି ।

ଜମ୍ମୁ ଓ କାଶ୍ମୀର ଚିଫ୍ ସେକ୍ରେଟାରୀ ବିଭିଆର ସୁବ୍ରମଣ୍ୟମ ବାଂଲାଦେଶରେ ଫସିଥିବା ଛାତ୍ରଙ୍କୁ ଶିଘ୍ର ଫେରାଇ ଆଣିବାକୁ ବୈଦେଶିକ ସଚିବ ହର୍ଶ ଭି ଶ୍ରିଙ୍ଗଲାଙ୍କୁ ଚିଠି ଲେଖିଛନ୍ତି । ଏଥିରେ ବାଂଲାଦେଶରେ ଫସିଥିବା ବାକି ଛାତ୍ରଙ୍କୁ ଏୟାର ଲିଫ୍ଟିଂରେ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି । ଇଦ୍ ପୂର୍ବରୁ ସମସ୍ତଙ୍କୁ ଘରେ ପହଞ୍ଚାଇବାକୁ ଏପରି ବ୍ୟବସ୍ଥା ଆପଣାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ବିମାନରେ ସମସ୍ତଙ୍କୁ ଜଲଦି ଫେରାଇ ଆଣିବାକୁ ସେ କହିଛନ୍ତି ।

ପୂର୍ବରୁ ଶୁକ୍ରବାର 160 ବାଂଲାଦେଶରୁ ଫେରି ଆସିଛନ୍ତି । ସେହିପରି ଶନିବାର 129 ଜଣ ଛାତ୍ର ଢାକାରୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ବନ୍ଦେ ଭାରତ ମିଶନ ଅଧୀନରେ ଏୟାର ଇଣ୍ଡିଆ ବିମାନରେ ଏମାନେ ବାଂଲାଦେଶରୁ ଆସିଛନ୍ତି । ପରେ ଏମାନଙ୍କୁ ନୂଆଦିଲ୍ଲୀ ଏୟାରପୋର୍ଟରୁ କାଶ୍ମୀର ଅଭିମୁଖେ ବସରେ ନିଆଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.