ଡେରାଡୁନ: ପ୍ରଭୁ କେଦାରନାଥଙ୍କ ପରେ ବଦ୍ରିନାଥଙ୍କୁ ଦର୍ଶନ କଲେ ଉତ୍ତରାଖଣ୍ଡ ସିଏମ ତ୍ରିବେନ୍ଦ୍ର ସିଂ ରାଓ୍ବତ ଓ ୟୁପି ସିଏମ ଯୋଗୀ ଆଦିତ୍ୟନାଥ। ହେଲିକପ୍ଟର ଯୋଗେ ଗୌଚରରୁ ବାହାରି ବଦ୍ରିନାଥରେ ପହଞ୍ଚିଲେ ଦୁଇ ସିଏମ । ସୋମବାର ବାବା କେଦାରଙ୍କୁ ଦର୍ଶନ ପରେ ତୁଷାର ପାତ ଯୋଗୁଁ ଗୌଚର ଫେରିଯାଉଥିଲେ ଉଭୟ ସିଏମ ।
ତେବେ ଶୀତକାଳୀନ ପାଇଁ ସୋମବାର ସମସ୍ତ ରୀତି ନିତିରେ କେଦାରନାଥ ଓ ମା' ଗଙ୍ଗୋତ୍ରୀଙ୍କର କପାଟ 6 ମାସ ଯାଏଁ ବନ୍ଦ ରହିଥିବାବେଳେ, ଆସନ୍ତା 19ରେ ବଦ୍ରିନାଥ ଧାମର କପାଟ 3 ଟା 35ରେ ବନ୍ଦ ହେବ।
ଏପରି ପକ୍ଷେ ଦେବଭୂମିରେ ଆରମ୍ଭ ହୋଇଯାଇଛି ତୁଷାରପାତ । ଧଳା ଚାଦରରେ ଘୋଡେଇ ହୋଇଛି ସମଗ୍ର ଅଞ୍ଚଳ।