ETV Bharat / bharat

ନରସିଂହ ରାଓଙ୍କ ନାମରେ ବିଶ୍ୱବିଦ୍ୟାଳୟ ନାମକରଣ ପାଇଁ ପ୍ରସ୍ତାବ ଦେଲେ ଚିଦାମ୍ବରମ - chidambaram

ନରସିଂହ ରାଓଙ୍କ ନାମରେ ଏକ ବିଶ୍ୱବିଦ୍ୟାଳୟର ନାମକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ।

 ଚିଦାମ୍ବରମ
ଚିଦାମ୍ବରମ
author img

By

Published : Jun 28, 2020, 4:20 PM IST

ନୂଆଦିଲ୍ଲୀ: ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ନରସିଂହ ରାଓଙ୍କ ନାମରେ ଏକ ବିଶ୍ୱବିଦ୍ୟାଳୟର ନାମକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ।

ରାଓଙ୍କ 99 ତମ ଜନ୍ମ ବାର୍ଷିକୀରେ ଚିଦାମ୍ବରମ କହିଛନ୍ତି, ନରସିଂହ ରାଓ ରାଜନୀତି, ଦର୍ଶନ ଏବଂ ଅର୍ଥନୀତିରେ ମେଧାବୀ ଏବଂ ନିପୁଣ ଥିଲେ । ତେଣୁ କୌଣସି ପୁରାତନ କିମ୍ବା ନୂତନ ବିଶ୍ବବିଦ୍ୟାଳୟର ନାମ ତାଙ୍କ ନାମରେ ନାମିତ କରାଯିବା ଉଚିତ । ରାଓ ସାହସର ସହ ଭାରତକୁ ଏକ ପୁରୁଣା ମାନସିକତାରୁ ବାହାର କରି ଏକ ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ରାଷ୍ଟ୍ର ଭାବରେ ପରିଗଣିତ କରିଥିଲେ । ସେ ମୋର ବନ୍ଧୁ ତଥା ସମାଲୋଚକ ଥିଲେ । କିନ୍ତୁ ଭାରତରେ ତାଙ୍କର ଐତିହାସିକ ଅବଦାନ ଉପରେ କେହି ସନ୍ଦେହ କରିପାରିବେ ନାହିଁ। ଭାରତ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ଶତବାର୍ଷିକୀ ପାଳନ କରିବା ଉଚିତ୍ ବୋଲି ଚିଦାମ୍ବରମ କହିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଓ ଭାରତର ଜଣେ ଅଭିଜ୍ଞ ନେତା ଥିଲେ, ଯିଏ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଆଗେଇ ନେଇଥିଲେ ବୋଲି ମୋଦି କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.