ETV Bharat / bharat

ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାରଖାନା ଉଦଘାଟନ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

author img

By

Published : Jun 25, 2020, 9:16 PM IST

ରାଜ୍ୟର 'ସବୁଠୁ ବଡ' କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାରଖାନାକୁ ଉଦଘାଟନ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାରଖାନାକୁ ଉଦଘାଟନ କରିଛନ୍ତି ସିଏମ । ଅଧିକ ପଢନ୍ତୁ...

ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାରଖାନା ଉଦଘାଟନ କଲେ ଛତିଶଗଡ ସିଏମ

ରାୟପୁର: ରାଜ୍ୟର 'ସବୁଠୁ ବଡ' କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାରଖାନାକୁ ଉଦଘାଟନ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାରଖାନାକୁ ଉଦଘାଟନ କରିଛନ୍ତି ବାଘେଲ । ଯାହା ପ୍ରାୟ 500 ଟନର ରାଜ୍ୟର ସବୁଠାରୁ ବଡ ବର୍ଜ୍ୟବସ୍ତୁ ନିଷ୍କାସନ କାରଖାନା ବୋଲି କୁହାଯାଉଛି । ଏଥିରେ ବୈଜ୍ଞାନିକ ଜ୍ଞାନ କୌଶଳ ମାଧ୍ୟମରେ ବର୍ଜ୍ୟବସ୍ତୁ ପ୍ରତିଦିନ ନିଷ୍କାସିତ ହେବ ଏବଂ ଏହି କାରଖାନା ପିପିପି ମଡେଲ ଦ୍ବାରା ପରିଚାଳିତ ହେବ ।

127 କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାରଖାନା ହୋଇଥିବାବେଳେ ପ୍ରକଳ୍ପ ମୂଲ୍ୟ ପ୍ରାୟ 197 କୋଟି ଥିଲା ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏହି ବର୍ଜ୍ୟବସ୍ତୁକୁ ସିମେଣ୍ଟ କାରଖାନା ପାଇଁ ସାର ଏବଂ ଇନ୍ଧନ ଉତ୍ପାଦନ ପାଇଁ ବ୍ୟବହାର କରାଯିବ । ଏହି ପ୍ଲାଣ୍ଟରେ 6 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ପାଇଁ ପ୍ରସ୍ତାବ ରହିଛି ।

ବାଘେଲ କହିଛନ୍ତି ଯେ, ଛତିଶଗଡର ରାୟପୁର ଏବଂ ବିଲାସପୁର ସହରରେ ସମନ୍ୱିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଏବଂ ଅବଶିଷ୍ଟ ସହରାଞ୍ଚଳ ପ୍ରଶାସନିକ ସଂସ୍ଥାଗୁଡ଼ିକରେ ମିଶନ କ୍ଲିନ ମାଧ୍ୟମରେ ପ୍ରାୟ 1,600 ଟନ୍ ବର୍ଜ୍ୟବସ୍ତୁ ନିଷ୍କାସିତ ହେଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.