ETV Bharat / bharat

ଜୁନ 8ରୁ ଚାରିଧାମ ଯାତ୍ରା, ସୀମିତ ଶ୍ରଦ୍ଧାଳୁଙ୍କୁ ଅନୁମତି - uttarakhand news

ଲକଡାଉନ ସମୟରେ ଚାରଧାମର ଯମୁନେତ୍ରୀ, ଗଙ୍ଗୋତ୍ରୀ, ବଦ୍ରିନାଥ ଓ କେଦାରନାଥ ଦ୍ବାର ଖୋଲା ହୋଇଛି । ଏହି ସମୟରେ ସୀମିତ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ...

ଜୁନ 8ରୁ ଚାରଧାମ ଯାତ୍ରା, ସୀମିତ ଶ୍ରଦ୍ଧାଳୁଙ୍କୁ ଅନୁମତି

author img

By

Published : Jun 3, 2020, 11:45 AM IST

ଡେରାଡୁନ: ଦୁଇ ମାସରୁ ଉର୍ଦ୍ଧ୍ବ ହେବ ଦେଶରେ ଲକଡାଉ ଜାରି ହୋଇଥିବାବେଳେ, ସମସ୍ତ ଧାର୍ମିକ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା । ଏହାରି ଭିତରେ 6 ମାସ ଧରି ବନ୍ଦ ରହିଥିବା ଉତ୍ତରାଖଣ୍ଡର ଚାରିଧାମର ସମସ୍ତ ଦ୍ବାର ଖୋଲିଛି । ହେଲେ ସରକରାଙ୍କ ନିୟମ ଅନୁଯ।ୟୀ, କେବଳ ମୁଖ୍ୟ ପୁରୋହିତ ଓ ସେବକଙ୍କ ଚାଡି ଆଉ କେହି ମନ୍ଦିର ଭିତରକୁ ଯାଉନାହାଁନ୍ତି ।

ତେବେ ଲକଡାଉନ 5.0ରେ ଧାର୍ମିକ ସ୍ଥାନ ଖୋଲିବାକୁ ଅନୁମତି ପାଇବା ପରେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ପର୍ଯ୍ୟଟନ ତଥା ଧାର୍ମିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏବେ ରାଜ୍ୟ ସରକାର ଚାରଧାମ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜୁନ 8 ପରେ, ସରକାର ସୀମିତ ସଂଖ୍ୟାରେ ଏହି ଯାତ୍ରା ଆରମ୍ଭ କରିବେ ।

ତେବେ ପ୍ରାରମ୍ଭରେ କେବଳ ରାଜ୍ୟବାସୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ। ଦ୍ୱିତୀୟ ରାଉଣ୍ଡରେ ଅନ୍ୟ ରାଜ୍ୟ ସହ କଥା ହେଇ ବାହାର ଯାତ୍ରୀଙ୍କ ପାଇଁ ଏହି ଯାତ୍ରା ଆରମ୍ଭ ହେବ। ଜାରି ବିବୃତ୍ତି ଅନୁଯାୟୀ, ଚାରଧାମ ଯାତ୍ରା ଆରମ୍ଭ ହେବ । କିନ୍ତୁ ଯାତ୍ରା ଏକ ସୀମିତ ସଂଖ୍ୟାରୁ ଆରମ୍ଭ ହେବ । ବାହାର ରାଜ୍ୟରୁ ବସ ଚଳାଚଳ ପାଇଁ ଅନୁମତି ପାଇବା ପରେ ଅନ୍ୟ ରାଜ୍ୟରୁ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ଚାରଦାମ ଯାତ୍ରା ଖୋଲାଯିବ।

ଅନ୍ୟ ରାଜ୍ୟ ସହ ପାରସ୍ପରିକ ସହମତି ପରେ ବସ ଚଳାଚଳ ନିଷ୍ପତ୍ତି ନିଆଯିବ । କୋରୋନା ମହାମାରୀ ହେତୁ ପ୍ରସିଦ୍ଧ ଧାମ ଗଙ୍ଗୋତ୍ରୀ, ଯମୁନେତ୍ରୀ, କେଦାରନାଥ, ବଦ୍ରିନାଥଙ୍କ ଦ୍ୱାର ଖୋଲିବା ପରେ ଯାତ୍ରା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇରହିଛି ।

ତେବେ ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ମେ 15 ତାରିଖ ସକାଳେ ଖୋଲା ଯାଇଥିଲା। କିନ୍ତୁ ଲକଡାଉନ ହେତୁ ଏହି ଅବସରରେ ବଦ୍ରିନାଥରେ କେହି ଉପସ୍ଥିତ ନଥିଲେ। କେବେଳ ମୁଖ୍ୟ ପୁରୋହିତ ଙ୍କ ସହ ଅଳ୍ପ ସଂଖ୍ୟାରେ ସେବାୟତ ଉପସ୍ଥିତି ଥିଲେ । ଗତ ବର୍ଷ କପାଟ ଖୋଲିବା ପରେ ପ୍ରାୟ 10,000 ଭକ୍ତ ପ୍ରଥମ ଦିନରେ ମନ୍ଦିର ପରିଦର୍ଶନ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.