ETV Bharat / bharat

ଆସାମରେ ବନ୍ୟା ସ୍ଥିତି: କେନ୍ଦ୍ର ପକ୍ଷରୁ 346 କୋଟି ସହାୟତା ରାଶି - Centre to release over 300 crore

ଆସାସକୁ କେନ୍ଦ୍ରର ସହାୟତା । ବନ୍ୟା ପ୍ରଭାବିତ ଆସାମରେ ରିଲିଫ ଓ ପୁଣି ସମସ୍ତ କାର୍ଯ୍ୟକୁ ସଫଳତାର ସହ ପରିଚାଳନା କରିବା ପାଇଁ କେନ୍ଦ୍ର 346 କୋଟି ପ୍ରଦାନ କରିଛି ।

ଆସାମରେ ବନ୍ୟା ସ୍ଥିତି
ଆସାମରେ ବନ୍ୟା ସ୍ଥିତି
author img

By

Published : Jul 23, 2020, 12:10 PM IST

ନୂଆଦିଲ୍ଲୀ: ଆସାସକୁ କେନ୍ଦ୍ରର ସହାୟତା । ବନ୍ୟା ପ୍ରଭାବିତ ଆସାମରେ ରିଲିଫ ଓ ପୁଣି ସମସ୍ତ କାର୍ଯ୍ୟକୁ ସଫଳତାର ସହ ପରିଚାଳନା କରିବା ପାଇଁ କେନ୍ଦ୍ର 346 କୋଟି ପ୍ରଦାନ କରିଛି । ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ବନ୍ୟା ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ କିସ୍ତି ଭାବରେ ତୁରନ୍ତ ଆସାମକୁ ଏହା ପ୍ରଦାନ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ଭିଡିଓ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲଙ୍କୁ ଏହା ଜଣାଇଛନ୍ତି।

1951 ମସିହାରୁ ରାଜ୍ୟରେ ନିର୍ମିତ 5000 କିଲୋମିଟର ବନ୍ଧକୁ ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅର୍ଥ ଆବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ବର୍ତ୍ତମାନ ଏହାକୁ ରୋଡ୍ କମ୍ ବନ୍ଧରେ ପରିବର୍ତ୍ତନ କରାଯିବ ।

ପ୍ରତିବର୍ଷ ଆସାମର ନିମ୍ନ କ୍ଷେତ୍ରର ଏକ ବୃହତ ଅଞ୍ଚଳକୁ ଭୁଟାନରୁ ବନ୍ୟା ଜଳ ପ୍ରଭାବିତ ହୋଇଥାଏ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ଅନୁରୋଧର ଉତ୍ତରରେ ଶେଖାୱତ ନିଶ୍ଚିତ କରିଛନ୍ତି ଯେ ଖୁବ ଶୀଘ୍ର କେନ୍ଦ୍ର ଭୁଟାନ ସରକାରଙ୍କ ସହ ଆଲୋଚନା କରିବ। ଆସାମର 26 ଟି ଜିଲ୍ଲା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.