ETV Bharat / bharat

କେବେ ଖୋଲିବ ସ୍କୁଲ ? ଅଭିଭାବକଙ୍କ ମତାମତ ଲୋଡିଲା HRD

author img

By

Published : Jul 20, 2020, 2:56 PM IST

କେଉଁ ସମୟରେ ବିଦ୍ୟାଳୟ ଖୋଲିବା ସଠିକ୍ ହେବ। ଏନେଇ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପଚାରିବା ସହ ଅଭିଭାବକଙ୍କ ମତାମତ ଲୋଡିଛି । ଏଚଆରଡି ମନ୍ତ୍ରଣାଳୟ ଅଧୀନରେ ଥିବା ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଏକ ସର୍କୁଲାର ପଠାଇଛି।

ସ୍କୁଲ କେବେ ଖୋଲିଲେ ଠିକ୍ ହେବ ! ଅଭିଭାବକଙ୍କ ମତାମତ ଲୋଡିଲା HRD

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କୋରୋନା ପରିସ୍ଥିତି ଜାରି ରହିଛି। ଦୀର୍ଘ ଦିନ ହେବ ବନ୍ଦ ପଡିଛି ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ। ଏହି ସମୟରେ କେନ୍ଦ୍ର ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ରଣାଳୟ (ଏଚଆରଡି) ଦ୍ବାରା ଏକ ସର୍କୁଲାର ଜାରି କରାଯାଇଛି।

କେଉଁ ସମୟରେ ବିଦ୍ୟାଳୟ ଖୋଲିବା ସଠିକ୍ ହେବ। ଏନେଇ ଶିକ୍ଷାବିଭାଗ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପଚାରିବା ସହ ଅଭିଭାବକଙ୍କ ମତାମତ ଲୋଡିଛି । ଏଚଆରଡି ମନ୍ତ୍ରଣାଳୟ ଅଧୀନରେ ଥିବା ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଏକ ସର୍କୁଲାର ପଠାଇଛି। ଯେଉଁଥିରେ ସେମାନେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଭିଭାବକଙ୍କ ଆଶା ଓ ଆଶଙ୍କା ଉପରେ ମତକୁ ପ୍ରାଧାନ୍ୟ ଦେଇଛନ୍ତି।

ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଜୁଲାଇ 20 ସୁଦ୍ଧା ମତାମତ ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ସଙ୍କଟ କାରଣରୁ ସୃଷ୍ଟି ହୋଇଥିବା “ଅସାଧାରଣ ପରିସ୍ଥିତି” ପାଇଁ କେନ୍ଦ୍ରକୁ 9 ରୁ 12 ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ 30% ପର୍ଯ୍ୟନ୍ତ ସ୍କୁଲ ସିଲାବସ୍ କମ୍ କରିବାକୁ ବାଧ୍ୟ ହୋଇଛି। ଯାହାଦ୍ବାରା ଛାତ୍ରମାନଙ୍କର ଭାରକୁ ହାଲୁକା କରିବା ପାଇଁ ଯୁକ୍ତିଯୁକ୍ତ ହେବ।

କୋରୋନାଭାଇରସ୍ ମହାମାରୀ ସମୟରେ ଶ୍ରେଣୀଗୃହ ଶିକ୍ଷାଦାନ ପରିବର୍ତ୍ତେ ଅନଲାଇନ୍ ଶିକ୍ଷାଦାନ ଗ୍ରହଣ କରିବାକୁ HRD ମନ୍ତ୍ରଣାଳୟ କହିଛି। ଗତ ସପ୍ତାହରେ, HRD ମନ୍ତ୍ରଣାଳୟ ବିଦ୍ୟାଳୟଗୁଡ଼ିକ ଦ୍ବାରା ଅନଲାଇନ କ୍ଲାସ୍ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲା। ​​

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.