ଶ୍ରୀନଗର: ପୁଣି ପାକିସ୍ତାନ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଏଲଓସି ନିକଟବର୍ତ୍ତୀ ଥାଲିଗାଁର କୁମରୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିବା ସୂଚନା । ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଆହତ ହୋଇଛନ୍ତି ।
ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ହେବା ପରେ ପାକିସ୍ତାନ ମନରେ ଭୟ ରହିଛି । କିଛିଦିନ ହେବ ପାକିସ୍ତାନ ସେନା ପକ୍ଷରୁ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି ।