ETV Bharat / bharat

ଉନ୍ନାଓ ଦୁଷ୍କର୍ମ ମାମଲା: ବିଭିନ୍ନ ସ୍ଥାନରେ ସିବିଆଇର ଚଢାଉ - କୁଲଦୀପ ସିଂ ସେନଗାର

ଉନ୍ନାଓ ଦୁଷ୍କର୍ମ ମାମଲାରେ ସିବିଆଇ ବିଭିନ୍ନ ସ୍ଥାନରେ ଚଢାଉ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 4, 2019, 4:16 PM IST

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ସିବିଆଇ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଲକ୍ଷ୍ନୌ, ଉନ୍ନାଓ, ବଣ୍ଡା ଓ ଫତେପୁର ଆଦି ସ୍ଥାନରେ ଚଢାଉ କରିଛି ସିବିଆଇ। କୁଲଦୀପ ସିଂ ସେନଗାରଙ୍କ ବାସଭବନ ସମେତ 15ରୁ ଉର୍ଦ୍ଧ୍ବ ସ୍ଥାନରେ ଏହି ଚଢାଉ ହୋଇଛି ।

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ସିବିଆଇ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଲକ୍ଷ୍ନୌ, ଉନ୍ନାଓ, ବଣ୍ଡା ଓ ଫତେପୁର ଆଦି ସ୍ଥାନରେ ଚଢାଉ କରିଛି ସିବିଆଇ। କୁଲଦୀପ ସିଂ ସେନଗାରଙ୍କ ବାସଭବନ ସମେତ 15ରୁ ଉର୍ଦ୍ଧ୍ବ ସ୍ଥାନରେ ଏହି ଚଢାଉ ହୋଇଛି ।

Intro:
ବିକଳାଙ୍ଗ ମାନଙ୍କ ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଥିଲେ ସୁଦ୍ଧା ବରଗଡ ଜିଲ୍ଲା ର ବହୁ ବିକଳାଙ୍ଗ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ରହିଯାଉଛନ୍ତି । ବିକଳାଙ୍ଗ ପ୍ରମାଣ ପତ୍ର ବିନା ସରକାରଙ୍କ ସମସ୍ତ ଯୋଜନା କୌଣସି କାମରେ ଆସୁନାହିଁ । ଏବଂ ବରଗଡ଼ରେ ବିକଳାଙ୍ଗଙ୍କୁ ନା ମିଳୁଛି ପ୍ରମାଣ ପତ୍ର ନା ହୋଇପାରୁଛନ୍ତି କୌଣସି ଯୋଜନା ଭୁକ୍ତ । ବିକଳାଙ୍ଗ ପ୍ରମାଣ ପତ୍ର ନପାଇ ବାରମ୍ବାର ଦୂରଦୂରାନ୍ତରୁ ଲୋକେ ଫେରୁଥିବାରୁ ଉତ୍ତେଜନା ଦେଖାଯାଇଥିଲା ସିଡିଏମଓ ଙ୍କ ଅଫିସରେ ।

ବରଗଡ଼ ଜିଲ୍ଲା ଚିକିତ୍ସାଳୟରେ ଦୀର୍ଘ ୧୫ମାସ ହେଲା ହାଡ଼ ବିଭାଗର ଡାକ୍ତର ନାହାଁନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇପାରୁନାହିଁ ହାଡ଼ ଗୋଡ ଭଙ୍ଗା ଚିକିତ୍ସା । ଡାକ୍ତର ଅଭାବ ଯୋଗୁଁ କେବଳ ହାଡ଼ ରୋଗୀ ନୁହେଁ ବରଂ ଜିଲ୍ଲାର ସମସ୍ତ ବିକଳାଙ୍ଗ ଓ ତାଙ୍କ ପରିଜନ ମାନେ ବହୁ ହଇରାଣ ହେଉଛନ୍ତି ବିକଳାଙ୍ଗ ପ୍ରମାଣ ପତ୍ର ଟିଏ ପାଇଁ । ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ଜିଲ୍ଲା ସିଡିଏମଓ ଅଫିସରେ ପ୍ରତିମାସରେ ମେଡିକାଲ ବୋର୍ଡ ବସିବାର ନିୟମ ରହିଥିବା ବେଳେ ହାଡ଼ ଡାକ୍ତର ନଥିବା ଯୋଗୁଁ ଏହି ମେଡିକାଲ ବୋର୍ଡ଼ ବରଗଡ଼ରେ ନିୟମିତ ଭାବେ ବସୁନାହିଁ ଫଳରେ ବହୁ ବିକଳାଙ୍ଗ ବିଭିନ୍ନ ସରକାରୀ ଯୋଜନାର ଲାଭ ନେଇନପାରି ବାଦ ପଡ଼ିଯାଇଛନ୍ତି । ଦିବ୍ୟାଙ୍ଗ ମାନଙ୍କ ବହୁ ଆନ୍ଦୋଳନ ପରେ ଦେବଗଡ଼ ଜିଲ୍ଲାରୁ ହାଡର ଡାକ୍ତର ମାସରେ ଥରେ ଆସି ଏହି ମେଡିକାଲ ବୋର୍ଡ କରାଯାଉଛି କିନ୍ତୁ ସେହି ଡାକ୍ତର ମଧ୍ୟ କେଉଁ ମାସ ଆସୁଛନ୍ତି ତ ଆଉ କେଉଁ ମାସରେ ଆସୁନଥିବା ଅଭିଯୋଗ ହୋଇଛି । ତେବେ ବରଗଡ ଜିଲ୍ଲା ର ପଦ୍ମପୁର, ପାଇକମାଲ, ଝାରବନ୍ଦ, ଡଭା ଇତ୍ୟାଦି ବହୁ ଦୂରଦୁରାନ୍ତ ଅଞ୍ଚଳରୁ ବିକଳାଙ୍ଗ ମାନେ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ଆସି ନିରାଶ ହୋଇ ଫେରିଯାଉଛନ୍ତି ଓ ଅଯଥାରେ ଶହ ଶହ ଲୋକ ଆସି ହଇରାଣ ହେଉଥିବା ଅଭିଯୋଗ ହୋଇଛି ।




Body:ବରଗଡ ଡାକ୍ତରଖାନାରେ ବିକଳାଙ୍ଗ ମାନଙ୍କୁ ନେବା ଆଣିବା କରିବା ପାଇଁ ତିନିଚକିଆ ସାଇକେଲ ର ମଧ୍ୟ ବ୍ୟବସ୍ଥା ନଥିବା କାରଣରୁ ବହୁ ବିକଳାଙ୍ଗ ଙ୍କୁ ତାଙ୍କ ପରିଜନ ଲୋକେ ଖାନ୍ଧରେ ବୋହି ବୋହି ନେବା ଆଣିବା କରୁଥିବା ଅଭିଯୋଗ ହୋଇଛି । ଏପରିକି ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନଥିବା ଓ ପ୍ରତିମାସରେ ମେଡିକାଳ ବୋର୍ଡ ବସୁନଥିବାରୁ ପ୍ରବଳ ଭିଡ ଯୋଗୁଁ ଅବ୍ୟବସ୍ଥା ଲାଗିରହି ବହୁ ଲୋକଙ୍କୁ ବିନା କାମରେ ଫେରିବାକୁ ପଡୁଥିବା ଅଭିଯୋଗ ହୋଇଛି । ତେବେ ଆଜି ବିକଳାଙ୍ଗଙ୍କ ପରିଜନ ଓ ବରଗଡ଼ ଆମ ଆଦମୀ ପକ୍ଷରୁ ତୀବ୍ର ବିରୋଧ କରାଯିବା ପରେ ବରଗଡ଼ ସିଡିଏମଓ ଏକ ଘରୋଇ ହାଡ଼ ଡାକ୍ତର ଙ୍କ ସହାୟତାରେ ବହୁ ବିକଳାଙ୍ଗଙ୍କୁ ପରୀକ୍ଷା କରାଇଥିଲେ ।

ତେବେ ଦୀର୍ଘ ୧୫ ମାସ ହେଲା ବରଗଡ ମୂଖ୍ୟ ଚିକିତ୍ସାଳୟର ସ୍ଵାସ୍ଥ୍ୟ ଅବସ୍ଥା ଏତେ ଗୁରୁତର ହୋଇପଡିଥିଲେ ସୁଦ୍ଧା ସ୍ଥାନୀୟ ନେତା ଓ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ନଦେବା ବରଗଡ ବୁଦ୍ଧିଜୀବୀ ମହଲରେ ଏହାର ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବାଇଟ ୧- ଭବାନୀ ସାହୁ ( ଆମ ଆଦମୀ ପାର୍ଟି )
ବାଇଟ ୨- ଅନବର ଖାଁ ( ବିକଳାଙ୍ଗ )
ବାଇଟ ୩- ଅବିନାଶ ସାହୁ ( ସମ୍ପର୍କୀୟ )




Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.