ETV Bharat / bharat

ରାମ ଜନ୍ମଭୂମି ବିବାଦ: ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୋଧରେ ବିହାରରେ ମାମଲା ରୁଜୁ

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭଗବାନ ରାମଙ୍କ ସଂପର୍କରେ ଦେଇଥିବା ବିବାଦୀୟ ବିବୃତ୍ତି ବିରୋଧରେ ବିହାରରେ ଅଭିଯୋଗ ଦାଖଲ କରାଯାଇଛି । ସୀତାମଢୀ ଜିଲ୍ଲାର ଓକିଲ ଠାକୁର ଚନ୍ଦନ କୁମାର ସିଂ ଏନେଇ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 15, 2020, 4:46 PM IST

ରାମ ଜନ୍ମଭୂମି ବିବାଦ: ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୋଧରେ ବିହାରରେ ମାମଲା ରୁଜୁ
ରାମ ଜନ୍ମଭୂମି ବିବାଦ: ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୋଧରେ ବିହାରରେ ମାମଲା ରୁଜୁ

ପାଟଣା: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭଗବାନ ରାମଙ୍କ ସଂପର୍କରେ ଦେଇଥିବା ବିବାଦୀୟ ବିବୃତ୍ତି ବିରୋଧରେ ବିହାରରେ ଅଭିଯୋଗ ଦାଖଲ କରାଯାଇଛି । ସୀତାମଢୀ ଜିଲ୍ଲାର ଓକିଲ ଠାକୁର ଚନ୍ଦନ କୁମାର ସିଂ ଏନେଇ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଚୀନର ନିର୍ଦ୍ଦେଶରେ ନେପାଳ ପ୍ରଧାନମନ୍ତ୍ରୀ ଏହି ବିବୃତ୍ତି ପ୍ରଦାନ କରିଥିବା ଠାକୁର ଚନ୍ଦନ କୁମାର ସିଂ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ଏହା ସହ ସୁଚିନ୍ତିତ ଭାବରେ ଭାରତ ଏବଂ ନେପାଳ ମଧ୍ୟରେ ଥିବା ଭଲ ସମ୍ପର୍କକୁ ନଷ୍ଟ କରିବାକୁ ଏହି ଷଡଯନ୍ତ୍ର କରାଯାଇଛି । ଏପରିକି ଦେଶରେ ଧାର୍ମିକ ଉତ୍ତେଜନା ବ୍ୟାପିବା ଉଦ୍ଦେଶ୍ୟରେ ଓଲି ଏହି ବିବୃତ୍ତି ଦେଇଛନ୍ତି । ଯାହା ଦ୍ବାରା ସେ ସନାତନ ହିନ୍ଦୁ ଧର୍ମର ଅନୁଗାମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି ।

ଗୁରୁବାର ଏକ ସ୍ବତନ୍ତ୍ର କୋର୍ଟରେ ଏହାର ଶୁଣାଣି କରାଯିବ ବୋଲି ଚନ୍ଦନ କୁମାର ସିଂ କହିଛନ୍ତି । ଏହି ମାମଲା ରୁଜୁ ହେବାପରେ ସିଆରପିର ଧାରା 200 ଅନୁଯାୟୀ ଅଭିଯୋଗକାରୀଙ୍କ ବିବୃତ୍ତି କୋର୍ଟରେ ରେକର୍ଡ କରାଯିବ । ଏହା ସହ ଅଭିଯୋଗକାରୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବିବୃତ୍ତିର ପ୍ରମାଣ ମଧ୍ୟ କୋର୍ଟରେ ଉପସ୍ଥାପନ କରିବାକୁ ହେବ ।

ଏହା ଦ୍ବାରା କୋର୍ଟ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଜାରି କରିବେ । ଯଦି ଅଭିଯୋଗ ସତ୍ୟ ହୋଇଥାଏ, ତେବେ ଭାରତୀୟ ଦଣ୍ଡ ବିଧାନର ଧାରା 295(ଏ) ଅନୁସାରେ ଅତିକମରେ 3 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ । ଅପରପକ୍ଷେ ଯଦି ଏହି ମାମଲା ଖାରଜ ହୁଏ, ସେ ସୁପ୍ରିମକୋର୍ଟ ଯିବେ । ଯଦି ସୁପ୍ରିମକୋର୍ଟରେ ସଫଳ ନ ହୁଅନ୍ତି ତେବେ ଚନ୍ଦନ କୁମାର ସିଂ ଏହି ମାମଲାକୁ ଆନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସରେ ଉପସ୍ଥାପିତ କରିବେ ବୋଲି କହିଛନ୍ତି ।

ନେପାଳ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ଦେଶରେ ଅନେକଙ୍କ ଅସନ୍ତୋଷର କାରଣ ହୋଇଛି । ଚୀନର ପ୍ରଭାବରେ ଓଲି ଏପରି ବୟାନ ପ୍ରଦାନ କରୁଥିବା ବୁଦ୍ଧିଜୀବୀମାନେ କହିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ହସ୍ତକ୍ଷେପ କରିବା କରିବା ସହ ନେପାଳ ସହିତ ସମସ୍ତ ସମ୍ପର୍କ ତୁଟାଇବା ଦରକାର ବୋଲି ସେମାନେ ଉଲ୍ଲେଖକରିଛନ୍ତି ।

ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରଭୁରାମଙ୍କ ଜନ୍ମସ୍ଥାନ ହୋଇଥିବା ବେଳେ ମା ସୀତାଙ୍କ ଜନ୍ମସ୍ଥଳୀ ସୀତାମଢି ଅଟେ । ଏହା ବିଷୟରେ ସମସ୍ତ ତଥ୍ୟ ଓ ପ୍ରମାଣ ମଧ୍ୟ ରହିଛି । ହେଲେ ନେପାଳ ପ୍ରଧାନମନ୍ତ୍ରୀ ରାମଙ୍କ ଜନ୍ମଭୂମି ନେପାଳରେ କହି ବିବାଦୀୟ ବୟାନ ପ୍ରଦାନ କରିଛନ୍ତି । ତାଙ୍କର ଏପରି ବିବୃତ୍ତିକୁ ଭାରତରେ ବିରୋଧ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.