ETV Bharat / bharat

ତବଲିଗୀ ଜମାତରେ ଥିବା 156 ବିଦେଶୀ ନାଗରିକଙ୍କ ବିରୋଧରେ ମାମଲା - ବିଦେଶୀ ନାଗରିକଙ୍କ ବିରୋଧରେ ମାମଲା

ମହାରାଷ୍ଟ୍ର ପୋଲିସ 156 ବିଦେଶୀ ନାଗରିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ସମସ୍ତେ ଦିଲ୍ଲୀରେ ତବଲିଗୀ ଜମାତର ବୈଠକରେ ଯୋଗ ଦେଇଥିଲେ।ଅଧିକ ପଢନ୍ତୁ...

case-against-156-foreign-nationals-who-joined-the-tablighi-jammat-delhi
ତବଲିଗୀ ଜମାତରେ ଯୋଗ ଦେଇଥିବା 156 ବିଦେଶୀ ନାଗରିକଙ୍କ ବିରୋଧରେ ମାମଲା
author img

By

Published : Apr 12, 2020, 3:21 PM IST

ମୁମ୍ବାଇ: ଲକଡାଉନ୍ ସମୟରେ ବୈଦେଶିକ ନିୟମ ଉଲ୍ଲଂଘନ କରି ଦିଲ୍ଲୀର ତବଲିଗୀ ଜମାତର ଏକ ବୈଠକରେ ଯୋଗ ଦେଇଥିବା 156 ବିଦେଶୀ ନାଗରିକଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ 15 ଟି ମାମଲା ରୁଜୁ କରିଛି। ଏନେଇ ଶନିବାର ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ପୋଲିସ ଅଧିକାରୀ ସୂଚନା ଅନୁୟାରେ ଏହି ମାମଲା ଗୁଡିକ ମୁମ୍ବାଇ, ନାଭି ମୁମ୍ବାଇ, ଥାନେ, ଅମ୍ରାବତୀ, ନନ୍ଦେଡ, ନାଗପୁର, ପୁଣେ, ଅହମ୍ମଦନଗର, ଚନ୍ଦ୍ରପୁର ଏବଂ ଗଡଚିରୋଲିରେ ପଞ୍ଜିକୃତ ହୋଇଛି। ସମସ୍ତ ବିଦେଶୀ ପର୍ଯ୍ୟଟନ ଭିସା ନେଇ ଭାରତ ଆସିଛନ୍ତି। କାଜାଖସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ରୁଷ, ତାଞ୍ଜାନିଆ, କିର୍ଗିଜସ୍ଥାନ, ଇରାନ, ଟୋଗୋ, ମାଲେସିଆ, ଇଣ୍ଡୋନେସିଆ, ବେନିନ୍ ଏବଂ ଫିଲିପାଇନ୍ସର ବାସିନ୍ଦା।

ସୂଚନା ଥାଉକି ଗତ ମାର୍ଚ୍ଚରେ ଦିଲ୍ଲୀର ନିଜ୍ଜାମୁଦ୍ଦିନରେ ତବଲିଗୀ ଜମାତର ବୈଠକରେ ଯୋଗ ଦେଇଥିବା ଅନେକ ଲୋକ କୋରୋନା ସଂକ୍ରମିତ ହୋଇଥିଲେ । ଦିଲ୍ଲୀର 13 ଟି ମସଜିଦରେ ରହୁଥିବା 52 ଜଣ ଲୋକ କୋରୋନା ସଂକ୍ରମିତ ହୋଇଥିଲେ । ସମସ୍ତଙ୍କୁ ଅଲଗା ଅଲଗା କ୍ବାରେଣ୍ଟାଇନରେ ରଖାଯାଇଛି |ଏହାପରେ ଏହାର ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.