ETV Bharat / bharat

ଚିନ୍ତା ବଢାଉଛି ଦାୟିତ୍ୱହୀନତା

author img

By

Published : Jul 14, 2020, 2:49 PM IST

ସମଗ୍ର ବିଶ୍ବରେ କୋରୋନା ଆତଙ୍କ ଖେଳାଇଛି ରଖିଛି । ତଥାପି କେତେ ଅମାନିଆଙ୍କ ଏହାକୁ ହେ’ ଜ୍ଞାନ କରି ନିୟମକୁ ଉଲ୍ଲଙ୍ଘନ କରିବାରେ ଲାଗିଛି । ଯାହାର ପରିଣାମ ଆଗକୁ ଆହୁରୀ ଭୟଙ୍କର ହେବ । ଏଭଳି ଅମାନିଆଙ୍କ ଠାରୁ ଦିଲ୍ଲୀରେ 1 କୋଟି ଟଙ୍କା ଫାଇନ ଆଦାୟ କରିଥିବାବେଳେ, ଓଡିଶାରେ 1.25 କୋଟି । ଅଧିକ ପଢନ୍ତୁ...

ଚିନ୍ତା ବଢାଉଛି ଦାୟିତ୍ୱହୀନତା
ଚିନ୍ତା ବଢାଉଛି ଦାୟିତ୍ୱହୀନତା

ସାରା ବିଶ୍ୱରେ ଭୟଙ୍କର ଭାବେ ମାଡି ଚାଲିଛି ମହାମାରୀ କୋରୋନା । ବିଶ୍ୱରେ 1.2 କୋଟିରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଏକ ଚତୁର୍ଥାଂଶ କେବଳ ଆମେରିକାରୁ। ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା 17 ଲକ୍ଷରୁ ଅଧିକ । ସେହିଭଳି ଆମ ଦେଶ ଭାରତ, ତୃତୀୟ ସ୍ଥାନରେ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷରୁ ଟପିଲାଣି । ପୁଣି ଦୈନିକ, ପ୍ରତି ରାଜ୍ୟରୁ ଅଧିକରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି, ଯାହା ନିହାତି ଚିନ୍ତାର ବିଷୟ । ନିକଟ ଭବିଷ୍ୟତରେ କୋରୋନାକୁ ପ୍ରତିହତ କରିବା ସମ୍ଭବନା ନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାଇ ଦେଇଛନ୍ତି । କିନ୍ତୁ ଲୋକଙ୍କ ସଚେତନତା ଓ ସାବଧାନତା ଆଶ୍ଚର୍ଯ୍ୟଜନକ, ଯେଉଁଥି ପାଇଁ ଦେଶରେ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଉଛି । କାଶ ଓ ଛିଙ୍କ ଯୋଗୁଁ କୋରୋନା ଭୂତାଣୁ ବ୍ୟାପୁଥିବା, ପ୍ରଥମରୁ କହୁଥିଲା, ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । କିନ୍ତୁ କଥାବାର୍ତ୍ତା ବେଳେ ମଧ୍ୟ ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଛି, ତେଣୁ ଏହା ବାୟୁବାହିତ ବୋଲି ବିଳମ୍ବରେ ଚିହ୍ନଟ କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । କାଶ ଓ ଛିଙ୍କ ମାଧ୍ୟମରେ କୋରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ ଡାଉନ ର ଆବଶ୍ୟକତା । ଯେଉଁଥି ପାଇଁ ପ୍ରାର୍ଥନା ଗୃହ, ସଂଗ୍ରହାଳୟ, ଜିମ୍ ଭଳି ବହୁ ସର୍ବସାଧାରଣ ସ୍ଥାନକୁ ବନ୍ଦ ରଖାଯାଇଛି । କିନ୍ତୁ କିଛି ଦିନ ହେବ ଦେଖିବାକୁ ମିଳୁଛି, ଲୋକେ ସଚେତନତା ମୂଳକ କଟକଣାର ଉଲ୍ଲଘଂନ କରୁଛନ୍ତି ।

ମାସ୍କ ପିନ୍ଧିବା ଏବଂ ବାହାରେ ଛେପ ନପକାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ ଥିଲେ ମଧ୍ୟ ଅଧିକାଂଶ ତାହା ମାନୁ ନାହାନ୍ତି । ଏପରିକି କରୋନାରେ ଆକ୍ରାନ୍ତ କିଛି ଲୋକ ମଧ୍ୟ ବିନା ମାସ୍କରେ ବାହାରେ ବୁଲୁଛନ୍ତି । ଯାହା ପରିସ୍ଥିତିକୁ ଅଧିକ ଭୟଙ୍କର କରୁଥିବା ବିଶେଷଜ୍ଞମାନେ କହୁଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଲୋକମାନେ ସତର୍କ ରହି, ବ୍ୟକ୍ତିଗତ ଓ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ହେବ । ଦେଶର ପ୍ରତିଟି ନାଗରିକ କରୋନା ବିରୋଧରେ ଜଣେ ଜଣେ ଯୋଦ୍ଧା ବୋଲି ପ୍ରଧାନମନ୍ତ୍ରୀ କହିଲେ ମଧ୍ୟ, ଲୋକେ ମନଇଚ୍ଛା ବୁଲୁଛନ୍ତି । ଭାବୁଛନ୍ତି, ସତେ ଯେମିତି ଏକୁଟିଆ ବୁଲିଲେ, କରୋନା ସେମାନଙ୍କର କିଛି କରିପାରିବନି ! ଆଉ, ଏହା ହିଁ ପୂରା ସମାଜ ପାଇଁ ବିପଦ ବଢାଉଛି ।

ମାସ୍କ ନପିନ୍ଧିବା ଏବଂ ଅନ୍ୟ କୋଭିଡ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଓଡ଼ିଶା ପୋଲିସ୍ 1.25 ଓ ଦିଲ୍ଲୀ ପୋଲିସ୍ 1 କୋଟିରୁ ଅଧିକ ଟଙ୍କା ଜରିମାନା ଆଦାୟ କଲେଣି । ଦରକାର ପଡ଼ିଲେ, 14 ଦିନ ଲକ ଡାଉନ କରିବାକୁ ଉତ୍ତର ପ୍ରଦେଶର ଆଗ୍ରା ପ୍ରଶାସନ, ଚେତାବନୀ ଦେଲାଣି । ପୁଣି ମାସ୍କ ନପିନ୍ଧିଲେ କିମ୍ବା ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ 2 ବର୍ଷ ଜେଲ୍ ସହ 10 ହଜାର ଟଙ୍କା ଜରିମାନା ଘୋଷଣା କରିଛନ୍ତି କେରଳ ସରକାର । ନିୟମ ଉଲ୍ଲଘଂନକାରୀଙ୍କୁ ପୋଲିସ୍, ରାସ୍ତାରେ ଅଟକାଇ ଫାଇନ୍ କାଟୁଛି ଓ ଦଣ୍ଡ ମଧ୍ୟ ଦେଉଛି । ଯାହା ବେଳେ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି । ତେଣୁ ଏଭଳି ସ୍ଥିତିରେ ନାଗରିକ ସମାଜ, କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ଅନୁପାଳନ ଗୁଡ଼ିକ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଆଉ ଏହା ହିଁ ମହାମାରୀ କରୋନା ବିରୋଧରେ ହେବ ପ୍ରକୃତ ସଫଳ ଯୁଦ୍ଧ । କିନ୍ତୁ ଲୋକଙ୍କ ବିନା ସହଯୋଗରେ ଏହା କେବେ ବି ସମ୍ଭବ ନୁହେଁ । ତେଣୁ ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିରେ ପ୍ରତିଟି ନାଗରିକଙ୍କୁ ହିଁ କରୋନା ବିରୋଧରେ ଜଣେ ତାଲିମପ୍ରାପ୍ତ ଯୋଦ୍ଧା ଭଳି ଲଢ଼ିବାକୁ ପଡ଼ିବ । ସର୍ବଦା ମାସ୍କ ବ୍ୟବହାର ସହ ହାତଗୋଡ଼ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ହେବ । ଗାଁ ଓ ସହର ସବୁଠି ସାମାଜିକ ଦୂରତା ରକ୍ଷା କରି କରୋନା ସଙ୍କଟ ବିରୋଧରେ ସଫଳ ହେବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.