ETV Bharat / bharat

ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର, ଶପଥ ନେଲେ 28 ନୂଆ ମନ୍ତ୍ରୀ

ମଧ୍ୟପ୍ରଦେଶରେ 72 ଦିନ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ ଶିବରାଜ ସରକାର । ରାଜ୍ୟପାଳ ଆନନ୍ଦିବେନ ପଟେଲ ରାଜଭବନରେ 28 ନୂଆ ମନ୍ତ୍ରୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

author img

By

Published : Jul 2, 2020, 12:25 PM IST

ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର

ଭୋପାଲ: ମଧ୍ୟପ୍ରଦେଶରେ 72 ଦିନ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ ଶିବରାଜ ସରକାର । ରାଜ୍ୟପାଳ ଆନନ୍ଦିବେନ ପଟେଲ ରାଜଭବନରେ 28 ନୂଆ ମନ୍ତ୍ରୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କଂଗ୍ରେସର କମଳନାଥ ସରକାର ଭାଙ୍ଗିବା ପରେ ଶିବରାଜ ସିଂହ ଚୌହାନ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ରୂପରେ ଶପଥ ଗ୍ରହଣ କରିଥିଲେ । ସେହି ସମୟରେ ଅଳ୍ପ କେତେକ ମନ୍ତ୍ରୀଙ୍କୁ ହିଁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା ।

ତେବେ ଗୁରୁବାର ମୋଟ 28 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ମଧ୍ୟରୁ 20 ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ 8 ଜଣ ରାଜ୍ୟ ମନ୍ତ୍ରୀ ସାମିଲ ଅଛନ୍ତି । ତେବେ ଶିବରାଜ ସିଂହଙ୍କ ମନ୍ତ୍ରୀ ମଣ୍ଡଳରେ ଗୋପାଳ ଭର୍ଗବ, ବିଜୟ ଶାହ ଏବଂ ୟଶୋଧରା ରାଜେ ସିନ୍ଧିଆ ଭଳି ବଡ ନେତାଙ୍କୁ ସାମିଲ କରାଯାଇଛି ।

ମଧ୍ୟ ପ୍ରଦେଶ ମନ୍ତ୍ରୀମଣ୍ଡଳ ତାଲିକା

ଗୋପାଳ ଭର୍ଗବ, ବିଜୟ ଶାହ, ଜଗଦୀଶ ଦେବାଡା, ବିସାହୁଲାଲ ସିଂହ, ୟଶୋଧରା ରାଜେ ସିନ୍ଧିଆ, ଭୁପେନ୍ଦ୍ର ସିଂହ, ଏଦଲ ସିଂହ କଂଷାନା, ବ୍ରୃଜେନ୍ଦ୍ର ପ୍ରତାପ ସିଂହ, ବିଶ୍ବାସ ସାରଙ୍ଗ, ଇମରତୀ ଦେବୀ, ପ୍ରଭୁରାମ ଚୌଧୁରୀ, ମହେନ୍ଦ୍ର ସିଂହ ସିସୋଦିଆ, ପଦ୍ୟୁନ୍ମ ସିଂହ ତୋମାର, ପ୍ରେମ ସିଂହ ପଟେଲ, ଓମ ପ୍ରକାଶ ସକଲେଜା, ଶୁଶ୍ରୀ ଉଷା ଠାକୁର, ଅରବିନ୍ଦ ଭଦୌରିଆ, ମୋହନ ଯାଦବ, ହରଦୀପ ସିଂହ ଡଂ, ରାଜବର୍ଦ୍ଧନ ସିଂହ ପ୍ରେମସିଂହ ଦତ୍ତିଗାଓଁ, ଭାରତ ସିଂହ କୁଶାୱାହ, ଇନ୍ଦର ସିଂହ ପରମାର, ରାମଖେଲାବନ ପଟେଲ, କିଶୋର କାଓଁରେ, ବ୍ରୁଜେନ୍ଦ୍ର ସିଂହ ଯାଦବ, ଗିରିରାଜ ଡଣ୍ଡୌତିୟା, ସୁରେଶ ଧାକଡ ଏବଂ ଓପିଏସ ଭଦୌରିଆ ।

ସୂଚନାଯୋଗ୍ୟ ଯେ, ସପ୍ତାହେ ହେଲା ମନ୍ତ୍ରୀମଣ୍ଡଳ ସଂମ୍ପ୍ରସାରଣ ପାଇଁ ପ୍ରସ୍ତୁତି ଚାଲିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥକ କଂଗ୍ରେସ ବିଧାୟକ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବାପରେ ଶିବରାଜଙ୍କ କ୍ଷମତା ବଢି ଯାଇଥିଲା । କିନ୍ତୁ କ୍ୟାବିନେଟର ସମ୍ପୂର୍ଣ ବିସ୍ତାର ହୋଇପାରିନଥିଲା । ସିନ୍ଧିଆ ସମର୍ଥକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ନେଇ ଦାବି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.