ETV Bharat / bharat

ମହଙ୍ଗା ମାଡ଼ରେ ପାକିସ୍ତାନ ଛଟପଟ: କୋବି ଗୋଟା 150, ଅଦା କିଲୋ 500 - ଅର୍ଥ ମନ୍ତ୍ରଣାଳୟର ଉପଦେଷ୍ଟା ଅବ୍ଦୁଲ ହଫିଜ ଶେଖ

ପାକିସ୍ତାନରେ ବର୍ତ୍ତମାନ ପରିବା ଦର ଆକାଶ ଛୁଆଁ । ସୋମବାର ଟମୋଟି କିଲୋ 170 ଟଙ୍କାରେ ବିକ୍ରି ହେଉଥିବା ବେଳେ ମଙ୍ଗଳବାର କୋବି 150 ଓ ଅଦା କିଲୋ 5 ଶହ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 12, 2019, 7:43 PM IST

କରାଚି: ମହଙ୍ଗା ମାଡ଼ରେ କଲବଲ ହେଉଛି ପାକିସ୍ତାନ । ପ୍ରାୟ ସବୁ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏଥିରେ ହାତ ମାରିବା ମଧ୍ୟମବର୍ଗଙ୍କ ପାଇଁ ଏବେ ଏହା ବେଶ କଷ୍ଟ ସାଧ୍ୟ ହୋଇପଡ଼ିଛି । ସେପଟେ ଦିନକୁ ଦିନ ପରିବା ଦର ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବାରେ ଦେଖିବାକୁ ମିଳିଛି । ତେବେ ଦୈନନ୍ଦିନ ଖାଦ୍ୟରେ ଆବଶ୍ୟକ ହେଉଥିବା ପରିବା ଦର ଆକାଶଛୁଆଁ ହୋଇଛି।

ଏକ ରେକର୍ଡ ମୁତାବକ ପ୍ରାୟ 41ଟି ପରିବାର ଦର ଗତବର୍ଷ ତୁଳନା ଚଳିତ ବର୍ଷ ପ୍ରାୟ 289 ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। କରାଚିରେ ଟମାଟୋ କିଲୋ ପିଛା 2 ଶହରୁ 3 ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ସୋମବାର ଏହା 170 ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ସେହିପରି ବନ୍ଧାକୋବି 150 ଟଙ୍କାରେ ବିକ୍ରି ହେଉଥିବା ବେଳେ ଅଦା କିଲୋ 5 ଶହ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ, ଚିନି କିଲୋ 90 ରୁ 120 ଓ ପିଆଜ କିଲୋ 2 ଶହ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି।

ତେବେ ଟମାଟୋର ଆମଦାନୀ କମ ହେଉଥିବାରୁ ଏହାର ଦର ବୃଦ୍ଧି ପାଇଥିବା ରିପୋର୍ଟରେ ସୂଚନା ଦିଆଯାଇଛି। କେବଳ ପାକିସ୍ତାନ ନୁହେଁ, ବେଲୁଚିସ୍ତାନର ରାଜଧାନୀ କ୍ବେଟାରେ ମଧ୍ୟ ମହଙ୍ଗା ମାଡ଼ ଦେଖିବାକୁ ମିଳିଛି । ଏଠାରେ ଅମୃତଭଣ୍ଡା କିଲୋ 160 ଟଙ୍କା ଦର ରହିଥିବା ବେଳେ ସେଓ, ନାସପାତି, ଅଙ୍ଗୁର କିମ୍ବା କମଳା ଦର ମଧ୍ୟ ବେଶ ଉଚ୍ଚା ରହିଥିବା ଦେଖିବାକୁ ମିଳିଛି । ସେହିଭଳି କରାଚିରେ ପରିବା ଦର ଭଳି ଆମିଷ ଦର ମଧ୍ୟ ବେଶ ଅଧିକ ରହିଥିବା ଜଣାପଡ଼ିଛି । ଛେଳି ମାଂସ କିଲୋ ପିଛା 9 ଶହରୁ 12 ଶହ ଟଙ୍କା ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

ସେପଟେ ଏଭଳି ଦରବୃଦ୍ଧି ସରକାରଙ୍କ ନିଦ ହଜାଇଦେଇଛି । ଏହି ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଏକ ଟିମ ଗଠନ କରିଛନ୍ତି । ଏନେଇ ଇମରାନଙ୍କ ଅର୍ଥ ମନ୍ତ୍ରଣାଳୟର ଉପଦେଷ୍ଟା ଅବ୍ଦୁଲ ହଫିଜ ଶେଖ ଏବଂ ଅର୍ଥମନ୍ତ୍ରୀ ହମ୍ମାଦ ଅଜହର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଏହି ଦରବୃଦ୍ଧିରୁ ରକ୍ଷା ପାଇଁ ସରକାର କ୍ରମାଗତ ଭାବେ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସାମ୍ବାଦିକ ମାନେ ଯେତେବେଳେ ଟମାଟୋ ଦର ନେଇ ଅଜହରଙ୍କୁ ପ୍ରଶ୍ନ କରିଥିଲେ, ସେତେବେଳେ ଅଜହର ଏହି ତଥ୍ୟ ଭୁଲ ଏବଂ ଟମାଟୋ ବଜାରରେ କିଲୋପିଛା 17 ଟଙ୍କାରେ ବିକ୍ରି ହେଉଛି ବୋଲି କହିଥିଲେ ।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.