ETV Bharat / bharat

ୟୁପି ସିଏଏ ପ୍ରତିବାଦ: ପୋଲିସ ପକ୍ଷରୁ ବନ୍ଧୁକଧାରୀଙ୍କ ଫଟୋ ଓ ଭିଡିଓ ରିଲିଜ - ୟୁପି ସିଏଏ ପ୍ରତିବାଦ

ଉତ୍ତରପ୍ରଦେଶରେ ଲାଗିରହିଥିବା ପ୍ରତିବାଦର କିଛି ଫଟୋ ଏବଂ ଭିଡିଓ ଏବେ ସାମନାକୁ ଆସିଛି । ଯେଉଁଥିରେ ଆନ୍ଦୋଳନକାରୀ ପୋଲିସ ଉପରେ ଗୁଳି ଚଳାଉଥିବାର ଦୃଶ୍ୟ ରହିଛି । ଆଗକୁ ପଢନ୍ତୁ...

CAA protest
ୟୁପି ସିଏଏ ପ୍ରତିବାଦ
author img

By

Published : Dec 26, 2019, 12:33 PM IST

ଲକ୍ଷ୍ନୌ: ସିଏଏକୁ ନେଇ ଉତ୍ତରପ୍ରଦେଶରେ ଲାଗିରହିଥିବା ପ୍ରତିବାଦର କିଛି ଫଟୋ ଏବଂ ଭିଡିଓ ଏବେ ସାମନାକୁ ଆସିଛି । ଯେଉଁଥିରେ ଆନ୍ଦୋଳନକାରୀ ପୋଲିସ ଉପରେ ଗୁଳି ଚଳାଉଥିବାର ଦୃଶ୍ୟ ରହିଛି । ପ୍ରତିବାଦ ସମୟରେ ବନ୍ଧୁକ ଧରି ମୁହଁରେ ମାସ୍କ ଲଗାଇ ବୁଲୁଥିବା ଦେଖାଯାଇଛି ।

ଡିସେମ୍ବର 19 ତାରିଖରୁ 21ଭିତରେ ମିରଟ ପ୍ରତିବାଦରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ ମୋଟ 15 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମିରଟରେ ସର୍ବାଧିକ 6 ଜଣଙ୍କର ଏହି ପ୍ରତିବାଦରେ ମୃତ୍ୟୁ ଘଟିଥିବା ସାମନାକୁ ଆସିଛି । ଗୁଳି ଯୋଗୁଁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏପଟେ ଡେପୁଟି ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ କହିବା ଅନୁସାରେ, ଏଥିରେ ପୋଲିସ କର୍ମୀଙ୍କୁ ଅଧିକ କ୍ଷତି ସହିବା ପାଇଁ ପଡିଛି । 288 ପୋଲିସ କର୍ମୀ ଆହତ ହୋଇଥିବା ବେଳେ 6 ଜଣ ଗୁଳିମାଡ ଯୋଗୁଁ ଗୁରୁତର ଆହତ ହୋଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.