ETV Bharat / bharat

ପ୍ରୟାଗରାଜରେ ଶ୍ରମିକ ବସ ଦୁର୍ଘଟଣା, 35 ଆହତ 3 ଗୁରୁତର

author img

By

Published : May 23, 2020, 9:08 AM IST

ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରବାସୀ ଶ୍ରମିକଙ୍କ ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ 35 ଜଣ ଶ୍ରମିକ ଆହାତ ହୋଇଛନ୍ତି ଓ ତିନିଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି।

bus accident migrants workers injured
ପ୍ରୟାଗରାଜରେ ଶ୍ରମିକ ବସ ଦୁର୍ଘଟଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରବାସୀ ଶ୍ରମିକଙ୍କ ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ 35 ଜଣ ଶ୍ରମିକ ଆହତ ହୋଇଛନ୍ତି ଓ ତିନିଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରକାଶଥାଉକି, ଟାୟାର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ବସଟି ଜୟପୁରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲାବେଳେ ଏହି ଦୁର୍ଘଟଣା ପ୍ରୟାଗରାଜର ନବାବଗଞ୍ଜ ଅଞ୍ଚଳରେ ଘଟିଥିଲା। ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା କରାଯାଉଛି ଓ ଗୁରୁତର ଆହତଙ୍କୁ ଡାକ୍ତରଖାନା ପଠାଯାଉଛି।

ମାର୍ଚ୍ଚ 24 ତାରିଖରୁ ଦେଶରେ କୋରୋନା ସଙ୍କଟ ଯୋଗୁଁ ଲକଡାଉନ୍ । ଫଳରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପରିସ୍ଥିତିରେ ବିବ୍ରତ ହୋଇ ଶ୍ରମିକମାନେ ପଳାଇବାକୁ ବାଧ୍ୟ ହୋଇଛନ୍ତି। ଏପର୍ଯ୍ୟନ୍ତ ଦେଶର ଅନେକ ଶ୍ରମିକ ରାସ୍ତାରେ ଓ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଔରାୟାଠାରେ ଏକ ସଡକ ଦୁର୍ଘଟଣାରେ 24 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ 35 ଜଣ ଆହତ ହୋଇଥିଲେ। ଏହା ପରେ ଯୋଗୀ ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ। ଆହୁରି ମଧ୍ୟ ସୀମାର ଉଭୟ SHO କୁ ନିଲମ୍ବିତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.