ଲକ୍ଷ୍ନୌ: ଘରୋଇ ବସ୍କୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଫଳରେ 20ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ମଥୁରାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସମସ୍ତ ଆହତଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ ପରେ ନୋଏଡାର ଜେବର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଆଜମଗଡରୁ ଦିଲ୍ଲୀର ଆନନ୍ଦବିହାର ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍ । ହେଲେ ଭୋର ସମୟରେ ଯମୁନା ଏକ୍ସପ୍ରେସରେ ବସ୍ଟିକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ । ଏଥିରେ 20ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 6 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଖବର ପାଇ ଜିଲ୍ଲା ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।