ନୂଆଦିଲ୍ଲୀ: କୋଭିଡ-19ରେ ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ । ଉତ୍ତରପ୍ରଦେଶର ବୁଲନ୍ଦସହରର ଜଣେ ଡାକ୍ତର ଦିଲ୍ଲୀରେ ପ୍ରାଣ ହରାଇଛନ୍ତି । 58 ବର୍ଷିୟ ଡାକ୍ତରଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଏମରଜେନ୍ସି ୱାର୍ଡରେ ରଖାଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ସେପଟେ, ହଜାର ହଜାର କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଏହି ଡାକ୍ତରଙ୍କ ଶେଷକୃତ୍ୟ ମଧ୍ୟ ଭଲରେ ସମ୍ପାଦନ ହୋଇପାରିନଥିବା ଅଭିଯୋଗ ହୋଇଛି । ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କ ପତ୍ନୀ ଓ ପୁଅ ଦିଲ୍ଲୀର ନିଗମବୋଧ ଘାଟରେ ଅପେକ୍ଷା କରିବାକୁ ପଡିଥିଲା । ସେମାନଙ୍କୁ ଲୋକେ ଅଣଦେଖା କରୁଥିବା ଡାକ୍ତରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।
ଡାକ୍ତରଙ୍କ କ୍ଲିନିକ ଓ ଏହାର ଆଖପାଖ ଅଞ୍ଚଳକୁ ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ମଧ୍ୟ ସିଲ୍ କରାଯାଇଛି । ଶନିବାର ଦିଲ୍ଲୀରେ କୋରୋନା ଭାଇରସ ରୋଗୀଙ୍କ ସଂଖ୍ୟା 1069 କୁ ବୃଦ୍ଧି ପାଇଛି ଏବଂ ଗୋଟିଏ ଦିନରେ 5 ଜଣଙ୍କ ମୃତ୍ୟୁ ଘଟି ମୋଟ 19 ଜଣଙ୍କ ମୃତ୍ୟୁ ହେଲାଣି ।