ETV Bharat / bharat

ରାଜସ୍ଥାନ ରାଜନୀତି: କଂଗ୍ରେସରେ ବିଏସପି ବିଧାୟକ ସାମିଲ ମାମଲା, ହାଇକୋର୍ଟ ଗଲେ ରାଜ୍ୟ ସଭାପତି - Rajasthan High Court

ରାଜସ୍ଥାନର ରାଜନୀତି ଭିତରେ 6 ବିଏସପି ବିଧାୟକଙ୍କ ବିରୋଧରେ ହାଇକୋର୍ଟ ଗଲେ ବିଏସପି ରାଜ୍ୟ ସଭାପତି । 6 ବିଧାୟକ କଂଗ୍ରେସରେ ଯୋଗଦେଇଥିବା କହୁଥିବାରୁ ଏହାକୁ ଅସାମ୍ବିଧାନିକ ଦର୍ଶାଇ ସେ କୋର୍ଟ ଯାଇଛନ୍ତି ।

ରାଜସ୍ଥାନ ରାଜନୀତି: କଂଗ୍ରେସରେ ବିଏସପି ବିଧାୟକ ସାମିଲ ମାମଲା, ହାଇକୋର୍ଟ ଗଲେ ରାଜ୍ୟ ସଭାପତି

author img

By

Published : Jul 27, 2020, 12:02 PM IST

ଜୟପୁର: ରାଜସ୍ଥାନରେ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲାକୁ ନେଇ ହାଇକୋର୍ଟରେ ପହଞ୍ଚିଛନ୍ତି ବିଏସପି ରାଜ୍ୟ ସଭାପତି । ରାଜ୍ୟସଭାପତି ଭଗବାନ ସିଂ ସେମାନଙ୍କ ବିରୋଧରେ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି ।

ହାତୀ ଚିହ୍ନରେ ବିଜୟ ଲାଭ କରି କଂଗ୍ରେସରେ ସାମିଲ ହୋଇଥିବାରୁ ଏହା ଜନତା ଓ ଦଳ ପ୍ରତି ବିଶ୍ବାସଘାତ ବୋଲି ସେ କହିଛନ୍ତି । ଏହାସହ ଏହା ଅସାମ୍ବିଧାନିକ ବୋଲି ଜଣାଇ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି ।

ସେପଟେ ଗତକାଲି ଯଦି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆସେ ତେବେ ବିଏସପିର 6 ବିଧାୟକ କଂଗ୍ରେସ ସରକାରର ବିରୋଧରେ ଭୋଟ ଦେବାକୁ ବିଏସପି ହ୍ବିପ୍‌ ଜାରି କରିଥିଲା । ଯାହା ଏବେ ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ସୂଚନାଥାଉକି, 2019 ମସିହା ଡିସେମ୍ବର 18 ତାରିଖରେ ବିଏସପିର 6 ଜଣ ବିଧାୟକ କଂଗ୍ରେସ ଦଳରେ ସାମିଲ ହୋଇଥିବା ଦାବି କରିଛନ୍ତି । ଏହାସହ ସେମାନେ ଏବେ କଂଗ୍ରେସ ବିଧାୟକଙ୍କ ସହିତ ହୋଟେଲରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.