ETV Bharat / bharat

ବିଏସପି ବିଧାୟକଙ୍କ କଂଗ୍ରେସରେ ମିଶ୍ରଣ ମାମଲା; ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଶୁଣାଣି ଆଜି

author img

By

Published : Aug 13, 2020, 7:04 AM IST

ରାଜସ୍ଥାନର 6 ବିଏସପି ବିଧାୟକଙ୍କ କଂଗ୍ରେସରେ ମିଶ୍ରଣ ମାମଲାରେ ଆଜି ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ହେବ ଶୁଣାଣି । ଅଧିକ ପଢନ୍ତୁ...

ବିଏସପି ବିଧାୟକଙ୍କ କଂଗ୍ରେସରେ ମିଶ୍ରଣ ମାମଲା; ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଶୁଣାଣି ଆଜି
ବିଏସପି ବିଧାୟକଙ୍କ କଂଗ୍ରେସରେ ମିଶ୍ରଣ ମାମଲା; ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଶୁଣାଣି ଆଜି

ଜୟପୁର: ରାଜସ୍ଥାନରେ ବିଏସପି ବିଧାୟକଙ୍କ କଂଗ୍ରେସରେ ସାମିଲ ମାମଲାରେ ଆଜି ଶୁଣାଣି । ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଆଜି ମାମଲାର ଶୁଣାଣି ରହିଛି । ସୁପ୍ରିମକୋର୍ଟରେ ବିଜେପି ବିଧାୟକ ମଦନ ଦିଲାୱରଙ୍କ ଏସଏଲପି(ବିଶେଷ ଅନୁମତି ଯାଚିକା) ଉପରେ ଶୁଣାଣି ହେବାକୁ ଥିବାବେଳେ ହାଇକୋର୍ଟରେ ଦିଲାୱର ଓ ବିଏସପି ପକ୍ଷରୁ ଦାଖଲ ଯାଚିକା ଉପରେ ଶୁଣାଣି କରାଯିବ ।

ବିଧାୟକ ମଦନ ଦିଲାୱର ଓ ବିଏସପି ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ଯାଚିକାରେ ଦର୍ଶାଯାଇଛି ଯେ, 2019 ସେପ୍ଟେମ୍ବର 18 ତାରିଖରେ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ଉପରେ ରୋକ ଲଗାଯାଉ । ଏହାସହ 6 ବିଧାୟକଙ୍କୁ ବିଧାନସଭା ଫ୍ଲୋରଟେଷ୍ଟରେ ନିଜର ମତଦାନ ସାବ୍ୟସ୍ତ କରିବାକୁ ସୁଯୋଗ ଦିଆନଯାଉ । ସେପଟେ ସୁପ୍ରିମକୋର୍ଟରେ ମଧ୍ୟ ସମାନ ଯାଚିକା ଦାଖଲ କରାଯାଇଥିବା ଜଣାପଡିଛି ।

ତେବେ ମଙ୍ଗଳବାର ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବାବେଳେ ହାଇକୋର୍ଟର ଆଦେଶ କଣ ରହିଛି ତାହା ଜାଣିବା ପାଇଁ ଗୁରୁବାର ପର୍ଯ୍ୟନ୍ତ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା । ସେପଟେ ହାଇକୋର୍ଟରେ ଏହି ମାମଲାରେ କଂଗ୍ରେସକୁ ମଧ୍ୟ ଏକ ପକ୍ଷକାର ରଖିବାକୁ ହୋଇଥିବା ଆବେଦନ ଉପରେ କୋର୍ଟ ମଞ୍ଜୁରୀ ଦେଇଛନ୍ତି ।

ସୂଚନାଥାଉକି, 2019 ସେପ୍ଟେମ୍ବର 18 ତାରିଖରେ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ହୋଇଛନ୍ତି । ଯାହା ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବିଜେପି ବିଧାୟକ ଓ ବିଏସପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.