ETV Bharat / bharat

ଅନ୍ଧାର ରହିଲା ମାୟାବତୀଙ୍କ ଘର, ପଇଠ କରିନଥିଲେ 67,000 ଟଙ୍କାର ବିଲ୍‌

ବକେୟା ବିଦ୍ୟୁତ ବିଲ୍‌ ପଇଠ କରିନଥିବାରୁ ବିଏସପି ସୁପ୍ରିମୋ ମାୟାବତୀଙ୍କ ଘରର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା । 67,000 ଟଙ୍କା ବକେୟା ଥିଲା ବିଦ୍ୟୁତ ବିଲ । ଅଧିକ ପଢନ୍ତୁ...

author img

By

Published : Feb 12, 2020, 8:26 PM IST

ଅନ୍ଧାର ରହିଲା ମାୟାବତୀଙ୍କ ଘର, ପଇଠ କରିନଥିଲେ  67,000 ଟଙ୍କା

ଲକ୍ଷ୍ନୌ: ରାଜନୀତିର ଅନ୍ଧକାର ଗଳି ଦେଇ ଗତି କରୁଥିବା ବିଏସପି ସୁପ୍ରିମୋ ମାୟାବତୀଙ୍କ ଘରରେ କିଛି ସମୟ ପାଇଁ ଛାଇଯାଇଥିଲା ଅନ୍ଧାର । ମାୟାବତୀ ନିଜ ଘରର ବିଦ୍ୟୁତ ବକେୟା ବିଲ୍‌ ପଇଠ ନକରିଥିବାରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା । ଦୀର୍ଘ ଦିନରୁ ବକେୟା ଥିଲା ଏହି ବିଲ୍‌। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । ହଜାରେ ନୁହେଁ କି 5 ହଜାର ନୁହେଁ । ନିଜ ଘରର ବିଜୁଳି ବାବଦକୁ 67,000 ଟଙ୍କା ବକେୟା ରଖିଥିଲେ ମାୟାବତୀ ।

ବିଦ୍ୟୁତ ସଂଯୋଗ କାଟି ଦିଆଯିବା କ୍ଷଣି ମୟାବତୀଙ୍କ ପରିବାର ପକ୍ଷରୁ 50 ହଜାର ଟଙ୍କାର ନଗଦ ଅର୍ଥ ବିଦ୍ୟୁତ ବିଭାଗରେ ପଇଠ କରାଯାଇଥିଲା । ଏହାପରେ ସଙ୍ଗେସଙ୍ଗେ ମାୟାବତୀଙ୍କ ଘରର ବିଦ୍ୟୁତ ସଂଯୋଗ ଦେଇ ଦିଆଯାଇଛି । ବିଦ୍ୟୁତ ସଂଯୋଗ କଟାଯିବା ପଛରେ କୌଣସି ରାଜନୈତିକ ମନୋବୃତି ନଥିବା ଲକ୍ଷ୍ନୌର ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.