ETV Bharat / bharat

'କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ପେଷି ହେଉଛନ୍ତି ପ୍ରବାସୀ ଶ୍ରମିକ'

author img

By

Published : May 27, 2020, 2:26 PM IST

ଲକଡାଉନ କାରଣରୁ ଦେଶର ବିଭିନ୍ନ ପ୍ରାନ୍ତରେ ଫଶି ରହିଥିବା ଶ୍ରମିକ ମାନେ ନିଜ ଘରକୁ ପାଦରେ ଚାଲି ଚାଲି ଭୋକିଲା ହୋଇ ଯାଉଥିବା ଘଟଣାରେ ବସପା ସୁପ୍ରିମୋ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

'କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ପେଷି ହେଉଛନ୍ତି ପ୍ରବାସୀ ଶ୍ରମିକ'
'କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ପେଷି ହେଉଛନ୍ତି ପ୍ରବାସୀ ଶ୍ରମିକ'

ଲକ୍ଷ୍ନୌ: ବହୁଜନ ସମାଜପାର୍ଟି ସଭାପତି ମାୟାବତୀ ପ୍ରବାସୀ ଶ୍ରମିକ ପ୍ରସଙ୍ଗରେ ମହାରାଷ୍ଟ୍ର ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମାୟାବତୀ ଏକ ଟ୍ବିଟ କରି କହିଛନ୍ତି ଯେ, ବିବାଦ ମଧ୍ୟରେ ବହୁ ଶ୍ରମିକ ପେଷି ହୋଇଯାଉଛନ୍ତି ଏହା ଦୁର୍ଭାଗ୍ୟଜନକ ଅଟେ । ଆରୋପ ପ୍ରତ୍ୟାରୋପ ଛାଡି ଶ୍ରମିକଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ ଯାହା ଦ୍ବାରା ସେମାନେ କୋରୋନାକୁ କବଳରୁ ନିଜକୁ ରକ୍ଷା କରିପାରିବେ। ସେ ଆହୁରି କହିଛନ୍ତି ସରକାର ବିଜେପି ହେଉ କଂଗ୍ରେସ ଏଥିରେ ପ୍ରବାସୀ ଶ୍ରମିକ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଅଧିକ ହଇରାଣ ହେଉଛନ୍ତି ।

ତେବେ ଟ୍ରେନକୁ ନେଇ ମହାରାଷ୍ଟ୍ର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ବଢିବାରେ ଲାଗିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, କେନ୍ଦ୍ର ଆମକୁ ପର୍ଯ୍ୟାପ୍ତ ସଂଖ୍ୟକ ଟ୍ରେନ ଯୋଗାଉ ନାହିଁ । ଏଥିସହ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଅଭିଯୋଗ କରିଛନ୍ତି ଯେ ଆମେ ଟ୍ରେନ୍ ଉପଲବ୍ଧ କରିଛୁ, କିନ୍ତୁ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଉ ନାହିଁ।

ଏହାପୂର୍ବରୁ ରବିବାର ବହୁଜନ ସମାଜ ପାର୍ଟିର ସଭାପତି ମାୟାବତୀ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଓ ଦୟନୀୟ ସ୍ଥିତି ପାଇଁ ଉଭୟ କେନ୍ଦ୍ର ସରକାର ଏବଂ କଂଗ୍ରେସକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ଶ୍ରମିକଙ୍କ ପ୍ରସଙ୍ଗରେ ଉଭୟ ଦଳ ଘୃଣ୍ୟ ରାଜନୀତି କରୁଛନ୍ତି। ବିଜେପି ସରକାର ଏବଂ କଂଗ୍ରେସ ଶ୍ରମିକମାନଙ୍କୁ କ୍ରମାଗତ ଭାବରେ ଅବହେଳା କରୁଛନ୍ତି, ଯେଉଁଥିପାଇଁ ସେମାନଙ୍କୁ ଚାକିରୀ ପାଇଁ ବିଭିନ୍ନ ସହରକୁ ଯିବାକୁ ପଡୁଥିଲା ଏବଂ ଲକଡାଉନ କାରଣରୁ ସେମାନେ ଶହ ଶହ କିମିର ରାସ୍ତା ଭୋକିଲା ଓ ଶୋଷିଲା ହୋଇ ପାଦରେ ଚାଲି ଚାଲିବାକୁ ବାଧ୍ୟ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.