ETV Bharat / bharat

ନଦୀ ସୁଅରେ ଭାସିଯାଉଥିବା ବର-କନ୍ୟାକୁ ଉଦ୍ଧାର କଲେ ଗ୍ରାମବାସୀ - ଝାଡଖଣ୍ଡ

ବିବାହ ସାରି ବର ଘରକୁ ଫେରିଥିବା ବେଳେ ଅଘଟଣ । ନଦୀ ସୁଅରେ ଭାସି ଯାଉଥିବା ବର-କନ୍ୟାକୁ ଉଦ୍ଧାର କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ନଦୀ ସୁଅରେ ଭାସିଯାଉଥିବା ବର-କନ୍ୟାକୁ ଉଦ୍ଧାର କଲେ ଗ୍ରାମବାସୀ

author img

By

Published : Jun 21, 2020, 2:53 PM IST

ରାଞ୍ଚି: ନଦୀରେ ବୁଡୁ ବୁଡୁ ଅଳ୍ପକେ ବର୍ତ୍ତିଲେ ବର-କନ୍ୟା । ଝାଡଖଣ୍ଡ ସତବରୱା ଥାନା ଅଞ୍ଚଳ ମଲୟ ନଦୀରେ ବୁଡି ଯାଉଥିବା ନବ-ଦମ୍ପତ୍ତିକୁ ଉଦ୍ଧାର କଲେ ଗ୍ରାମବାସୀ । ଏହି ବର-କନ୍ୟା ବିବାହ ସାରି କାରରେ ଫେରୁଥିବାବେଳେ ସହିତ ନଦୀରେ ସୁଅରେ ଭାସିଥିଲେ ।

ନଦୀ ସୁଅରେ ଭାସିଯାଉଥିବା ବର-କନ୍ୟାକୁ ଉଦ୍ଧାର କଲେ ଗ୍ରାମବାସୀ

ପଲାମୁ ଲେସଲିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ରାଜହାରର ଦିଗବିଜୟ ସିଂଙ୍କ ଲାତୋହାରର ମଟଲୋଙ୍ଗର ଖୁସବୁ କୁମାରୀଙ୍କ ସହିତ ସତବରୱା ସ୍ଥିତ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ସମ୍ପନ୍ନ ହେବା ପରେ ଉଭୟେ ଏକ କାର ଯୋଗେ ଲେସଲିଗଞ୍ଜର ରାଜହାରକୁ ଯାଉଥିଲେ ।

ଏହି ସମୟରେ ସତବରୱାର ମଲୟ ନଦୀ ଉପରେ ପୋଲ ଉପରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହେଉଥିଲା । ପାଣିର ସ୍ରୋତ ଏତେ ମାତ୍ରାରେ ଥିଲା ଯେ, କାରଟି ନଦୀରେ ଭାସି ଯାଇଥିଲା । ଏହା ପରେ ଉଦ୍ଧାର ପାଇଁ ବର-କନ୍ୟା ଓ ଡ୍ରାଇଭର ଚିତ୍କାର କରିବାକୁ ଲାଗିଥିଲେ ।

ଚିତ୍କାର ଶୁଣି ବାହାଘର ସମୟରେ ଆସିଥିବା ବରଯାତ୍ରୀ ଓ ଗ୍ରାମବାସୀ କାରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କାରଟି ନଦୀ ଭାସି ଯାଇଥିଲା । ଏହା ପରେ ନବ-ଦମ୍ପତିଙ୍କୁ ବଞ୍ଚାଇବା ପାଇଁ ଶହ ଶହ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ପ୍ରାୟ ଅଧ କିଲୋମିଟର ଦୂରକୁ ଯିବା ପରେ କାରଟି ଗୋଟିଏ ସ୍ଥାନରେ ଅଟକି ଯାଇଥିଲା । ଏହା ପରେ ଗ୍ରାମବାସୀ ନଦୀକୁ ଯିବାକୁ ସାହସ କରି କାରକୁ ଦଉଡିରେ ବାନ୍ଧି ସମସ୍ତଙ୍କୁ କୌଣସି ପ୍ରକାରରେ ଉଦ୍ଧାର କରିପାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.