ETV Bharat / bharat

ହିମୋଗ୍ଲୋବିନରେ ଅନିୟମିତତା ସ୍ମରଣ ଶକ୍ତି ହ୍ରାସ ପାଇଁ ଦାୟୀ

author img

By

Published : Aug 14, 2019, 12:39 PM IST

ରକ୍ତରେ ହିମୋଗ୍ଲୋବିନର ମାତ୍ରା ଅନୁସାରେ ସ୍ମରଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏହାର ପ୍ରତିକାର ବିଷୟ ଜଣାପଡିନଥିବା ବେଳେ ଆମେ ଚାହିଁଲେ ପ୍ରାଥମିକ ଅବସ୍ଥାରୁ ଏହାର ନିରାକରଣ କରିପାରିବା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ରକ୍ତରେ ହିମୋଗ୍ଲୋବିନର ଅଭାବ କିମ୍ବା ମାତ୍ରାଧିକ ହିମୋଗ୍ଲୋବିନ ସ୍ମରଣଶକ୍ତି ହ୍ରାସ କରିପାରେ । ହିମୋଗ୍ଲୋବିନ ଏକ ପ୍ରକାର ପ୍ରୋଟିନ ଯାହା ଲୋହିତ ରକ୍ତ କୋଷ ସହ ମିଶି ଅମ୍ଳଜାନ ପରିବହନ କରିଥାଏ ଓ ଏହାର ଅଭାବରେ ଆନେମିଆ ରୋଗ ହୋଇଥାଏ । ଆମେରିକା ଓ ୟୁରୋପରେ 65 ବର୍ଷରୁ ଉର୍ଦ୍ଧ 10 ପ୍ରତିଶତ ଲୋକଙ୍କ ମଧ୍ୟରେ ଆନେମିଆ ସମସ୍ୟା ଦେଖାଯାଉଥିବା ବେଳେ ଆଫ୍ରିକା ଓ ଦକ୍ଷିଣ ଏସିଆରେ 45 ପ୍ରତିଶତ ଲୋକଙ୍କ ମଧ୍ୟରେ ଆନେମିଆ ଦେଖିବାକୁ ମିଳିଥାଏ ବୋଲି କହିଛନ୍ତି Erasmus Medical Centerର ଲେଖକ ।

12,305 ବ୍ୟକ୍ତିଙ୍କୁ ନେଇ ଏକ ଗବେଷଣା କରାଯାଇଥିଲ । ଏଥିରେ ସ୍ମରଣ ଶକ୍ତିର ଅଭାବ ନଥିବା 65 ବର୍ଷରୁ କମ୍ ବର୍ଷିୟ ବ୍ୟକ୍ତିଙ୍କୁ ନିଆଗଲା । ସେମାନଙ୍କ ହିମୋଗ୍ଲୋବିନରେ ପରୀକ୍ଷା କରାଯିବାପରେ ପ୍ରାୟ 745 ବ୍ୟକ୍ତିଙ୍କ ମଧ୍ୟରେ ଆନମିଆର ସମସ୍ୟା ଦେଖିବାକୁ ମିଳିଥିବା ବେଳେ 12 ବର୍ଷିୟ 1,520 ନାବାଳକଙ୍କ ମଧ୍ୟରେ ସ୍ମରଣ ଶକ୍ତିର ଅଭାବ ଦେଖାଯାଇଥାଏ । ଗବେଷଣା ମୁତାବକ, ଆନେମିଆ ରୋଗ ଥିବା 41 ପ୍ରତିଶତ ବ୍ୟକ୍ତିଙ୍କ ସ୍ମରଣ ଶକ୍ତି ଧିରେ ଧିରେ କମିଥାଏ ଓ 34 ପ୍ରତିଶତ ଆନେମିଆ ନଥିବା ବ୍ୟକ୍ତିଙ୍କ ମଧ୍ୟରେ ବି ସ୍ମରଣ ଶକ୍ତି ହ୍ରାସ ସମସ୍ୟା ଦେଖିବାକୁ ମିଳିଥାଏ ।

ଉଚ୍ଚ ହିମୋଗ୍ଲୋବିନ ଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ମରଣ ଶକ୍ତି ସମସ୍ୟା ଦେଖିବାକୁ ମିଳିଥିବା ବେଳେ । ଉଚ୍ଚ ହିମୋଗ୍ଲୋବିନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାରେ ସହାୟ ହୋଇଥାଏ । ରିସର୍ଚ୍ଚ ପାଇଁ ନିଆଯାଇଥିବା ବ୍ୟକ୍ତିଙ୍କୁ ହିମୋଗ୍ଲୋବିନ ମାତ୍ରା ଅନୁସାରେ 5 ଭାଗରେ ବିଭକ୍ତ କରାଯାଇଥିଲା । ହିମୋଗ୍ଲୋବିନର ମାତ୍ରାରେ ଅନିୟମିତତା କାରଣ ଧୁମ୍ରପାନ, ଉଚ୍ଚ ରକ୍ତଚାପ, ମେଦବହୁଳତା, ଓ ମଦ୍ୟପାନ । ତେଣୁ ଏସବୁରେ ନିୟନ୍ତ୍ରଣ ରଖିଲେ ସ୍ମରଣ ଶକ୍ତିରେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.