ETV Bharat / bharat

ଇମ୍ୟୁନିଟି ପାୱାର ବଢାଏ ରୋଷେଇ ମସଲାର 2ଟି ମୁଖ୍ୟ ଉପାଦାନ

author img

By

Published : Jun 6, 2020, 6:03 PM IST

ଶରୀରରେ ଇମ୍ୟୁନିଟି ପାୱାର ବଢିଲେ ହିଁ ଆମେ ସୁସ୍ଥ ରହିବା । ଏଥିପାଇଁ ଆମକୁ ଅନେକ ଫଳ ଓ ପରିବା ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ହେଲେ ଆପଣମାନେ ଜାଣିନଥିବେ ଆମ ରୋଷେଇ ଘରର 2ଟି ସାଧାରଣ ସାମଗ୍ରୀ ଯାହା ଶରୀରରେ ଇମ୍ୟୁନିଟି ପାୱାର ବଢାଇବାରେ ଅନେକ ସାହାଯ୍ୟ କରେ । ଅଧିକ ପଢନ୍ତୁ..

ଇମ୍ୟୁନିଟି ପାୱାର ବଢାଏ ରୋଷେଇ ମସଲାର 2ଟି ମୁଖ୍ୟ ଉପାଦାନ
ଇମ୍ୟୁନିଟି ପାୱାର ବଢାଏ ରୋଷେଇ ମସଲାର 2ଟି ମୁଖ୍ୟ ଉପାଦାନ

ହାଇଦ୍ରାବାଦ: ବର୍ତ୍ତମାନ ପରିସ୍ଥିତିରେ ଆମ ପାଇଁ ପ୍ରାଥମିକତା ହେଉଛି ଆମ ସ୍ବାସ୍ଥ୍ୟ । କୋରୋନା ଭୂତାଣୁ ଆମକୁ ଗୋଟିଏ କଥା ଶିଖାଇଛି । ସୁସ୍ଥ ଓ ସତର୍କ ରହିଲେ ଜୀବନ ଉତ୍ତମ ରହିବ । କୋରୋନାରେ ଦୁର୍ବଳ ସ୍ବାସ୍ଥ୍ୟର ଲୋକ ଅଧିକ ଶିକାର ହେଉଥିବା ଦେଖିବାକୁ ମିଳିଛି । ତେଣୁ ଆମକୁ ପ୍ରଥମେ ସୁସ୍ଥ ଶରୀର ଉପରେ ଧ୍ୟାନ ଦେବାକୁ ପଡିବ ।

ଯେଉଁଥିପାଇଁ ଆମକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ପଡିବ । ଶରୀରରେ ଇମ୍ୟୁନିଟି ପାୱାର ବଢିଲେ ହିଁ ଆମେ ସୁସ୍ଥ ଓ ଦୃଢ ରହିବା । ଏଥିପାଇଁ ଆମକୁ ଅନେତ ଫଳ ଓ ପରିବା ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ହେଲେ ଆପଣମାନେ ଜାଣିନଥିବେ ଆମ ରୋଷେଇ ଘରର 2ଟି ସାଧାରଣ ସାମଗ୍ରୀ ଯାହା ଶରୀରରେ ଇମ୍ୟୁନିଟି ପାୱାର ବଢାଇବାରେ ଅନେକ ସାହାଯ୍ୟ କରେ । ବିଭିନ୍ନ ତରକାରୀ ମସଲାରେ ଏହାର ବହୁଳ ବ୍ୟବହାର ହୋଇଥାଏ । ତେବେ ଏହା ତରକାରୀ ସୁଆଦ ସହ ଆମ ଶରୀରର ଇମ୍ୟୁନିଟି ପାୱାର ମଧ୍ୟ ବଢାଇଥାଏ ।

ଏହି ଦୁଇଟି ସାମଗ୍ରୀ ହେଉଛି ଅଦା ଓ ରସୁଣ । ଅଦା କେବଳ ତରକାରୀରେ ସ୍ବାଦ ବଢାଏନି ବରଂ ଆମ ଶରୀରକୁ ଉପଯୁକ୍ତ ଶକ୍ତି ପ୍ରଦାନ କରେ । ଏହାକୁ ସକାଳେ ଖାଲି ପେଟରେ ଖାଇ ହେବ । ଅଥବା କୌଣସି ପ୍ରକାର ପାନୀୟ କିମ୍ବା ଚାହା ବନାଇ ପିଇହେବ । କାରଣ ଅଦା ଥଣ୍ଡା, ଜ୍ବରରୁ ମଧ୍ୟ ରକ୍ଷା କରିଥାଏ । ଏକ ଚାମଚ ଅଦା ରସରେ ମହୁ ମିଶାଇ ସକାଳ ଓ ସନ୍ଧ୍ୟାରେ ଖାଲି ପେଟରେ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଏହା ଓଜନ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଥଣ୍ଡା, କାଶ, ସର୍ଦ୍ଦିକୁ ଅଦା ଭଲ କରିବା ସହ କ୍ୟାନ୍ସର, ଗଣ୍ଠି ଯନ୍ତ୍ରଣା ଦୂର କରିବାରେ ସହାୟକ ହୋଇଥାଏ ।

ସେହିପରି ରସୁଣ ମଧ୍ୟ ଶରୀରର ବହୁତ ଉପକାର କରିଥାଏ । ସକାଳେ ଖାଲି ପାଟିରେ ଏହାକୁ ଖାଇଲେ ଥଣ୍ଡା ଓ ଜ୍ବର ହୋଇନଥାଏ । ଖାଲି ପାଟିରେ ଏହାର 2-3 କୋଷ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ କମ ହୋଇଥାଏ । ଆମ ଶରୀର ଭିତରେ ଧମନୀକୁ ସୁସ୍ଥ କରିବାରେ ଏହା ସହାୟକ ହୋଇଥାଏ । ତରକାରୀରେ ସ୍ବାଦିଷ୍ଟ ଛୁଙ୍କ ଦେଉଥିବା ଏହି ସାମଗ୍ରୀ ଶରୀର ଇମ୍ୟୁନିଟି ପାୱାର ମଧ୍ୟ ବଢାଇଥାଏ । ସୁସ୍ଥ ରଖିବାରେ କେବଳ ଅଦା ଓ ରସୁଣ ନୁହନ୍ତି ଭିଟାମିନ ସି ଥିବା ସମସ୍ତ ଫଳ ଓ ପନିପରିବା ଉପକାରୀ ।

କମଳା, ଷ୍ଟ୍ରବେରୀ, ଲେମ୍ବୁ, ଜାମୁନ, ଅଁଳା ଆଦି ଫଳ ଶରୀରରେ ହ୍ବାଇଟ୍ ବ୍ଲଡ ସେଲ ସୃଷ୍ଟି କରିଥାଆନ୍ତି ଯାହା ବିଭିନ୍ନ ଜୀବାଣୁଙ୍କ ସହ ଲଢିବାରେ ସାହାଯ୍ୟ କରିଥାଏ । ଶରୀରକୁ ସଂକ୍ରମଣ କରୁଥିବା ବିଭିନ୍ନ ରୋଗର ଜୀବାଣୁ ସହ ଏହା ଲଢେଇ କରି ନଷ୍ଟ କରିଦେଇଥାଏ । କୋରୋନା ଭୂତାଣୁ ସହ ଲଢିବା ପାଇଁ ଆମ ଶରୀରରେ ଏହି ଶ୍ବେତ ରକ୍ତ କଣିକାର ଅନେକ ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.