ETV Bharat / bharat

ମାର୍ଚ୍ଚ 16ରେ ବିଜେପିର ଫ୍ଲୋର ଟେଷ୍ଟ ଦାବି

author img

By

Published : Mar 12, 2020, 4:03 PM IST

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ବଡ ବିବୃତ୍ତି । 22 ଜଣ କଂଗ୍ରେସ ବିଧାୟକ ରାଜ୍ୟରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶରେ ବିଜେପି ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଭିତରେ 16 ତାରିଖରେ ବିଜେପି ଫ୍ଲୋର ଟେଷ୍ଟ ଦାବି । ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ବଡ ବିବୃତ୍ତି, 22 ଜଣ କଂଗ୍ରେସ ବିଧାୟକ ରାଜ୍ୟରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶରେ ବିଜେପି ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ।

ମାର୍ଚ୍ଚ 16ରେ ବିଜେପିର ଫ୍ଲୋର ଟେଷ୍ଟ ଦାବି

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସ ଛାଡିବା ପରେ 14 ମାସର କମଲ ନାଥଙ୍କ ନେତୃତ୍ବାଧୀନ ସରକାର ସଙ୍କଟରେ ପଡିଛି । ସିନ୍ଧିଆଙ୍କ ସମର୍ଥିତ 22 ଜଣ କଂଗ୍ରେସ ବିଧାୟକଙ୍କ ଦେବା କମଳ ନାଥଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଆସନ ଛଡାଇନେବା ଆଶଙ୍କାରେ ରହିଛି ।

ବିଧାନସଭାରେ ବିଜେପି ମୁଖ୍ୟ ହ୍ବିପ ନରୋତ୍ତମ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସରକାର, ଏବେ ସଂଖ୍ୟା ଖେଳରେ ପଛରେ ପଡିଛନ୍ତି । ରାଜ୍ୟ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ମାର୍ଚ୍ଚ 16 ରେ ରାଜ୍ୟପାଳ ତଥା ବିଧାନସଭା ବାଚସ୍ପତିଙ୍କୁ ଫ୍ଲୋର ଟେଷ୍ଟ ପାଇଁ ଅନୁରୋଧ କରିବା କଥା କହିଛନ୍ତି ।

ରାଜ୍ୟପାଳ ଏବଂ ବାଚସ୍ପତିଙ୍କ ପାଖେ ଏହି 22 ଜଣ ବିଧାୟକଙ୍କ ଇସ୍ତଫା ପତ୍ର ରହିଛି । ବର୍ତ୍ତମାନ ଏହାକୁ ନେଇ ସେମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରାଯାଉଛି ।

ବରିଷ୍ଠ ବିଜେପି ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, କମଳନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, 228 ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ଏବେ ବିପଦରେ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପୂର୍ବରୁ କଂଗ୍ରେସ ବିଧାୟକଙ୍କ ସଂଖ୍ୟା 114 ଥିଲା ।

ଏଥିରେ ଚାରିଜଣ ସ୍ବାଧୀନ , ଦୁଇଜଣ ବିଏସପି ବିଧାୟକ ଏବଂ ଜଣେ ଏସପି ବିଧାୟକଙ୍କ ସମର୍ଥନ ରହିଥିଲା । କିନ୍ତୁ ବର୍ତ୍ତମାନ ଏମାନଙ୍କ ମଧ୍ୟରୁ କିଛି ବିଜେପିକୁ ଯାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ମଧ୍ୟପ୍ରଦେଶରେ ଯଦି 22 ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ କରାଯାଏ, ତେବେ ବିଧାୟକଙ୍କ ସଂଖ୍ୟା 206 କୁ ଖସିଯିବ।

କଂଗ୍ରେସ ପାଖରେ 92 ଟି ସିଟ୍ ରହିଥିବା ବେଳେ ବିଜେପି ପାଖରେ 107 ଟି ସିଟ୍ ରହିଛି । ଏପରିସ୍ଥଳେ ମ୍ୟାଜିକ ନମ୍ବର 104 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.