ETV Bharat / bharat

‘ଆମର ଯାହା ପାକ୍ କବଜାରେ ଅଛି, ଆମ ପାଖକୁ ଆସିଯିବ’ - ପାକ୍ କବ୍ଜାରେ ରହିଛି

ବିଜେପି ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ପିଓକେକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଯାହା କିଛି ଆମର ପଡୋଶୀ(ପାକିସ୍ତାନ) କବଜାରେ ରହିଛି ତାହା ଆମ ପାଖକୁ ଆସିଯିବ ।

ଫାଇଲ ଫଟୋ
author img

By

Published : Sep 2, 2019, 1:16 PM IST

ଏର୍ଣ୍ଣାକୁଲମ: କାଶ୍ମୀର ମାମଲାରେ ଅଯଥା ମୁଣ୍ଡ ଖେଳାଇ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ଧିରେ ଧିରେ ଡରିବା ଆରମ୍ଭ କଲାଣି । ଭୟଭୀତ ହୋଇ ଏବେ ଭାରତ ସହ ସର୍ତ୍ତମୂଳକ କଥା ହେବାକୁ ପ୍ରସ୍ତାବ ଦେଇଛି । ଏହାରି ଭିତରେ ବିଜେପି ରାଷ୍ଟ୍ରୀୟ ମହାସଚିବ ରାମ ମାଧବଙ୍କ ସଦ୍ୟ ବୟାନରେ ପାକିସ୍ତାନକୁ ଚେତାଇ ଦେବା ସହ ସତର୍କବାଣୀ ଶୁଣାଇଛନ୍ତି । ପିଓକେକୁ ନେଇ ବଡ ବୟାନ ଦେଇଛନ୍ତି ରାମ ମାଧବ । ସେ କହିଛନ୍ତି ଯେ ବର୍ତ୍ତମାନ ଯାହା କିଛି ଆମର ପଡୋଶୀ(ପାକିସ୍ତାନ) କବଜାରେ ରହିଛି ତାହା ଆମ ପାଖକୁ ଆସିଯିବ ।

କେରଳର ଏର୍ଣ୍ଣାକୁଲମରେ ‘ନୟା ଭାରତ, ନୟା କାଶ୍ମୀର’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ବୟାନ ଦେଇଛନ୍ତି ।

ଏହାସହ ସେ ଦେଶବାସୀଙ୍କୁ କାଶ୍ମୀରବାସୀଙ୍କ ସାଥିରେ ରହିବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ କାଶ୍ମୀରବାସୀଙ୍କ ସହ ରହିବା ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ବ । ଗତ 50-60 ବର୍ଷ ହେଲା ତାଙ୍କ ମନରେ ବିଚ୍ଛିନ୍ନତାବାଦୀ ବିଚାର ସୃଷ୍ଟି କରାଯାଇଛି । କାଶ୍ମୀରବାସୀଙ୍କୁ ପାକିସ୍ତାନୀ ନଜରରେ ନଦେଖିବା ପାଇଁ ସେ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.