ETV Bharat / bharat

ବିହାର ନିର୍ବାଚନ ପ୍ରସ୍ତୁତି: ପ୍ରବାସୀଙ୍କଠୁ ପଞ୍ଚାୟତ ଯାଏଁ ସମ୍ପର୍କ ଗଢିବାକୁ ବିଜେପିର ପ୍ଲାନ୍

author img

By

Published : Aug 31, 2020, 2:09 PM IST

କୋରୋନା ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । ବିଜେପି ମଧ୍ୟ ନିଜ ସାଂସଦ ଓ ମନ୍ତ୍ରୀ ମାନଙ୍କୁ ନେଇ କାର୍ଯ୍ୟ କରିବା ଆରମ୍ଭ କରିସାରିଲାଣି ।

ଜେପି ନଡ୍ଡା
ଜେପି ନଡ୍ଡା

ପାଟନା: କୋରୋନା ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । ନିର୍ବାଚନ ବାତିଲ କରିବା ପାଇଁ ଆୟୋଗ କୌଣସି ସଙ୍କେତ ଦେଇନାହିଁ । ଏମଧ୍ୟରେ ରାଜନୈତିକ ଦଳ ଭୋଟର ହାତେଇବା ଆରମ୍ଭ କରିସାରିଲେଣି । ବିଜେପି ମଧ୍ୟ ନିଜ ସାଂସଦ ଓ ମନ୍ତ୍ରୀ ମାନଙ୍କୁ ନେଇ କାର୍ଯ୍ୟ କରିବା ଆରମ୍ଭ କରିସାରିଲାଣି । ବିହାରରେ ଥିବା ବିଜେପି ସାଂସଦ, ମନ୍ତ୍ରୀ, ନେତାଙ୍କୁ ନିଜ ନିଜ କ୍ଷେତ୍ରରେ ସମୟ ବିତାଇବା ଆରମ୍ଭ କରିଦେଲେଣି ।

ବିଜେପି ପକ୍ଷରୁ ଅଶ୍ବିନୀ ଚୌବେଙ୍କୁ ରାଜ୍ୟର ମଠ, ପୁରୋହିତ ଓ ସାଧୁମାନଙ୍କ ସହ ଯୋଗାଯୋଗ କରିବା ସହ ସେମାନଙ୍କ ବିଷୟରେ ଅନୁସନ୍ଧାନ କରିବାକୁ ଦାୟିତ୍ବ ଦିଆଯାଇଛି। ସେହିଭଳି ଗିରିରାଜ ସିଂଙ୍କୁ ପ୍ରବାସୀ ଶ୍ରମିକ, ଆରକେ ସିଂଙ୍କୁ ନିର୍ବାଚନ ଆୟୋଗ ସହ ଜଡିତ ସମସ୍ତ ସମସ୍ୟାକୁ ସମାଧାନ କରିବାକୁ କୁହାଯାଇଛି ।

ବିହାରରୁ ଆସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଅନ୍ୟ ଜାତି ଓ ଧାର୍ମିକ ଗୋଷ୍ଠୀ ସହ କଥାବାର୍ତ୍ତା କରିବାର ଦାୟିତ୍ବ ଦିଆଯାଇଛି। ନିର୍ବାଚନ ପୂର୍ବରୁ ବିଜେପି ପଞ୍ଚାୟତ ସ୍ତରରେ ଲୋକଙ୍କ ସହ ଯୋଡି ହେବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ରାଜ୍ୟରେ ଥିବା ସମସ୍ତ ସାଂସଦଙ୍କୁ ପଞ୍ଚାୟତ କ୍ଷେତ୍ରରେ କାର୍ଯ୍ୟ କରିବାକୁ କୁହାଯାଇଛି । ସେପ୍ଟେମ୍ବର ସୁଦ୍ଧା ପ୍ରତି ସାଂସଦ 60ଟି ପଞ୍ଚାୟତ ଗସ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରକାଶଥାଉକି, ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ବିହାର ବିଧାନସଭା ନିର୍ବାଚନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.