ETV Bharat / bharat

ମନମୋହନ ସିଂହଙ୍କୁ ନଡ୍ଡାଙ୍କ ଟାର୍ଗେଟ - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସେହି ଦଳ ସହ ଜଡିତ ଅଛନ୍ତି ଯାହାର ସରକାର ଯୁଦ୍ଧ ନକରି ଭାରତୀୟ ଜମି ସରେଣ୍ଡର କରିଦେଇଥିଲେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ।

ମନମୋହନ ସିଂହଙ୍କୁ ନଡ୍ଡାଙ୍କ ଟାର୍ଗେଟ
ମନମୋହନ ସିଂହଙ୍କୁ ନଡ୍ଡାଙ୍କ ଟାର୍ଗେଟ
author img

By

Published : Jun 22, 2020, 2:46 PM IST

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦକୁ ନେଇ ପୁଣିଥରେ ଆମ୍ନା ସାମ୍ନା ହୋଇଛନ୍ତି ଶାସକ ଦଳ ବିଜେପି ଏବଂ ବିରୋଧୀ ଦଳ କଂଗ୍ରେସ । ଏହି ବିବାଦକୁ ନେଇ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାରଙ୍କୁ ଟାର୍ଗେଟ କରିବା ସହ ତାଙ୍କୁ କିଛିଟା ପରାମର୍ଶ ଦେଇଥିଲେ । ଯାହାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମନମୋହନ ସିଂହ ସେହି ଦଳ ସହ ଜଡିତ ଅଛନ୍ତି ଯାହାର ସରକାର ଯୁଦ୍ଧ ନକରି ଭାରତୀୟ ଜମି ସରେଣ୍ଡର କରିଦେଇଥିଲେ ବୋଲି ନଡ୍ଡା କହିଛନ୍ତି ।

ନଡ୍ଡା ଟ୍ବିଟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସିଂହଙ୍କୁ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, ମନମୋହନଙ୍କ କଥା ଶବ୍ଦର ଖେଳ ଥିଲା ଯାହାକୁ କୌଣସି ଭାରତୀୟ ବିଶ୍ବାସ କରିବେ ନାହିଁ । କଂଗ୍ରେସ ସର୍ବଦା ଭାରତୀୟ ଯବାନଙ୍କ ଉପରେ ପ୍ରଶ୍ନ ଉଠାଉଛି ଏବଂ ସେମାନଙ୍କ ମନବୋଳ ଭାଙ୍ଗୁଛି ବୋଲି ନଡ୍ଡା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମନମୋହନ ସିଂହ ସେହି ପାର୍ଟିର ସଦସ୍ୟ ଅଟନ୍ତି, ଯିଏ ଭାରତୀୟ କ୍ଷେତ୍ରର 43,000 କିମିରୁ ଅଧିକ ଜମି ଚୀନ ନିକଟରେ ଆତ୍ମ ସମର୍ପଣ କରିଦେଇଥିଲା । ୟୁପିଏ ସରକାରଙ୍କ ଶାସନ କାଳରେ ନିକୃଷ୍ଟ ରଣନୀତି ଦେଖିବାକୁ ମିଳୁଥିଲା । ବିନା ଯୁଦ୍ଧରେ ଆତ୍ମସମର୍ପଣ ହେଉଥିଲା ।

ଏହା ବ୍ୟତୀତ ନଡ୍ଡା ଲେଖିଛନ୍ତି, ଭାରତବାସୀ ସମ୍ପୁର୍ଣ୍ଣ ରୂପରେ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ବାସ କରୁଛନ୍ତି ଏବଂ ତାଙ୍କର ସମର୍ଥନ କରୁଛନ୍ତି । 130 କୋଟି ଭାରତୀୟ ଏଭଳି ଏନେକ ଘଡିସନ୍ଧି ମୁହୂର୍ତ୍ତରେ ମୋଦିଙ୍କ ନେତୃତ୍ବକୁ ଦେଖିଛନ୍ତି । ମୋଦି ସର୍ବଦା ଦେଶକୁ ପ୍ରାଥମିକତା ଦେଇଛନ୍ତି ବୋଲି ନଡ୍ଡା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମା ବିବାଦକୁ ନେଇ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ଡ. ମନମୋହନ ସିଂ କହିଛନ୍ତି, ଦେଶର ନିରାପତ୍ତା ନିମନ୍ତେ ନିଜ କଥା ଓ‌ ଘୋଷଣାକୁ କାର୍ଯ୍ୟରେ ପରିଣତ କରିବା ପ୍ରତି ପ୍ରଧାନମନ୍ତ୍ରୀ ସଚେତନ ହେବା ଉଚିତ।

ଏହା ବ୍ୟତୀତ ଜୁନ ୧୫ ତାରିଖ ରାତିରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଶହୀଦ ହୋଇଥିବା ୨୦ ଜଣ ଯବାନଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ମନମୋହନ ସିଂହ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.