ETV Bharat / bharat

ମହାରାଷ୍ଟ୍ର ମହାଭାରତ, ବଦଳୁଛି ସମୀକରଣ - bjp core committee meeting

ମହାରାଷ୍ଟ୍ର କ୍ଲାଇମାକ୍ସରେ ପୁଣି ଟ୍ବିଷ୍ଟ ଜୋଡିଲେ ପାୱାର । ବିରୋଧୀ ଆସନରେ ବସିବାକୁ ଘୋଷଣା କରିଥିବା ଏନସିପି ଶିବସେନା ସହ ମିଶି ସରକାର ଗଠନ ପାଇଁ ଆରମ୍ଭ କଲେ ପ୍ରୟାସ ।

ଡିଜାଇନ ଫଟୋ
author img

By

Published : Nov 10, 2019, 12:33 PM IST

ମୁମ୍ବାଇ: ଶରଦ ପାୱାରଙ୍କ ନେତୃତ୍ବାଧିନ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଏନସିପି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନାକୁ ସହଯୋଗ କରିବ । ସୂତ୍ର ଅନୁସାରେ ଶିବସେନା-ଏନସିପି ମିଳିତ ସରକାର ଗଠନ କରିବେ ଏବଂ ଏହି ମେଣ୍ଟକୁ କଂଗ୍ରେସ ବାହ୍ୟ ସମର୍ଥନ ଯୋଗାଇବ । ସାଂପ୍ରତିକ ସ୍ଥିତିକୁ ଦେଖି କଂଗ୍ରେସ-ଏନସିପି ଶିବସେନାକୁ ସମର୍ଥନ କରିବା ଉଚ୍ଚିତ ମଣୁଛନ୍ତି । ଆଉ ଏହି ସମ୍ଭାବନ ସୋମବାର ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହେବ । ଯଦି ସମସ୍ତ ସର୍ତ୍ତ ଓ ଆଲୋଚନା ସଫଳ ହୁଏ ଆସନ୍ତା ଶୁକ୍ରବାର ସୁଦ୍ଧା ଶିବସେନା ନେତୃତ୍ବରେ ମହାରାଷ୍ଟ୍ରରେ ସରକାର ଗଠନ ହେବ ।

ଏକ ନାଟକୀୟ ଘଟଣାକ୍ରମେ ଆଜି କଂଗ୍ରେସର ସମସ୍ତ ବିଧାୟକ ଶିବସେନାକୁ ସମର୍ଥନ ପାଇଁ ସୋନିଆଙ୍କୁ ଫୋନ କରି ଜଣାଇବେ । ପରେ ଚିଠି ଲେଖି ବିଧାୟକ ମାନେ ଦାବିକୁ ଆହୁରି ସୁଦୃଢ କରିବେ । ଏଠାରେ ସୂଚନା ଥାଉ କି ଘୋଡା ବେପାର ଭୟରେ କଂଗ୍ରେସ ନିଜର ସମସ୍ତ ବିଧାୟକଙ୍କୁ ରାଜସ୍ଥାନର ଏକ ହୋଟେଲରେ ରଖିଛି । ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ମଙ୍ଗଳବାର ଦିନ ଏନସିପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଶରଦ ପାୱାର ଶିବସେନାକୁ ସମର୍ଥନ ପ୍ରସଙ୍ଗରେ ଦଳର ସମସ୍ତ ନବ ନିର୍ବାଚିତ ବିଧାୟକଙ୍କ ମତ ନେବେ ।

ଅନ୍ୟପଟେ ରାଜ୍ୟପାଳ ଶନିବାର ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ଯଦି ବିଜେପି ସରକାର ଗଠନ କରିବାକୁ ଚାହୁଁଛି ତେବେ 11 ତାରିଖ ସୁଦ୍ଧା ରାଜ୍ୟପାଳଙ୍କୁ ଜଣାଇବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । କିନ୍ତୁ ରାଜ୍ୟପାଳ ବିଜେପିକୁ ନିମନ୍ତ୍ରଣ ପଠାଇବା ପ୍ରସଙ୍ଗକୁ ସମାଲୋଚନା କରିଛି ଏନସିପି । ଦଳ ଅଭିଯୋଗ କରିଛି ରାଜ୍ୟପାଳ ଜାଣିବା ଦରକାର ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ଯଦି ବି ସରକାର ଗଠନ କରେ ଏହା ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିବ ନାହିଁ । ଫଳରେ ଘୋଡା ବେପାରର ଆଳଙ୍କା ରହିଛି । ରାଜ୍ୟପାଳ ଘୋଡା ବେପାରକୁ ସହଯୋଗ ନକରନ୍ତୁ ବୋଲି ଏନସିପି ନେତା ନୱାବ ମଲ୍ଲିକ କହିଛନ୍ତି ।

ସେପଟେ ସରକାର ଗଠନ ପାଇଁ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ନିମନ୍ତ୍ରଣ ପାଇବା ପରେ ଆଜି ବିଜେପିର କୋର କମିଟି ବୈଠକ ବସୁଛି । ରାଜ୍ୟପାଳ ଦେଇଥିବା 11 ତାରିଖ ପର୍ଯ୍ୟନ୍ତ ସମୟ ନେଇ ଦଳ କଣ ରଣନୀତି କରିବ ବୈଠକର ଆଲୋଚନା ହେବ । ଏହି ବୈଠକରେ କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅଧ୍ୟକ୍ଷତା କରିବେ । ବୈଠକରେ ଦଳର ସମସ୍ତ ବିଧାୟକ ଓ ରାଜ୍ୟର ବରିଷ୍ଠ ନେତା ମଧ୍ୟ ଯୋଗଦେବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.