ନୂଆଦିଲ୍ଲୀ: ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ବିମାନ (ସଂଶୋଧନ) ବିଧେୟକ-2020 ବିଧେୟକ ଉପସ୍ଥାପନ କରିଛନ୍ତି । ଯାହା ଉପରେ ଚର୍ଚ୍ଚା ସମୟରେ ବିଜେଡି ଏହାକୁ ସମର୍ଥନ କରୁଥିବା ଦର୍ଶାଇଛି ।
ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ବିଧେୟକ ଉପରେ ଆଲୋଚନା କରି ବିଧେୟକକୁ ସମର୍ଥନ କରୁଥିବା କହିଛନ୍ତି । ଏହାସହ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି ।
ଦେଶରେ ବିମାନ ଦୁର୍ଘଟଣାକୁ ଆଖିରେ ରଖି ଏହି ବିଧେୟକ ଜରୁରୀ ବୋଲି ସେ କହିଛନ୍ତି । ସରକାର ଉଡାନ ଯୋଜନାରେ ଅନେକ ବିମାନବନ୍ଦର କରିବାକୁ ହାତକୁ ନେଇଛନ୍ତି । ଏପରିସ୍ଥଳେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ଏକ ଦୃଢ ପଦକ୍ଷେପ ନେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ।