ନୂଆଦିଲ୍ଲୀ: ଓଡିଶାର ଟେଲି ଡେନ୍ସିଟି କ୍ଷମତାକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ଅମର ପଟ୍ଟନାୟକ । ଓଡିଶାର ଟେଲି ଡେନ୍ସିଟି କ୍ଷମତା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅନେକ ପଛରେ ରହିଥିବା ଓଡିଆରେ ଅଭିଯୋଗ କରିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ଟ୍ରାଇ ତଥ୍ୟ ଅନୁସାରେ ସର୍ବଭାରତୀୟ ସ୍ତରରେ ଟ୍ରାଇର ଟେଲି ଡେନ୍ସିଟି ହାର 91.82 ପ୍ରତିଶତ ଥିବା ବେଳେ ଓଡିଶାର ଟେଲି ଡେନ୍ସିଟି ହାର ମାତ୍ର 77.22 ପ୍ରତିଶତ ରହିଛି । ଓଡିଶାରେ ଏବେ ମଧ୍ୟ ପ୍ରତି 100 ଲୋକଙ୍କ ମଧ୍ୟରୁ 23 ଜଣ ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ଓଡିଶାର 10 ହଜାର ଗ୍ରାମ ମୋବାଇଲ ସେବାରୁ ବଞ୍ଚିତ ଥିବା ଅମର ଅମର ପଟ୍ଟନାୟକ କହିଛନ୍ତି । ଖାସ କରି ଓଡିଶାର ମାଓ ପ୍ରବଣ ଅଞ୍ଚଳରେ ଏହି ସୁବିଧା ପହଞ୍ଚି ପାରୁନାହିଁ । ତେଣୁ ଏହି ଦିଗରେ ବିଶେଷ ଦୃଷ୍ଟି ଦେବାକୁ ରାଜ୍ୟସଭାରେ ଅନୁରୋଧ କରିଛନ୍ତି ସେ ।