ETV Bharat / bharat

‘ଫନି’ ସହାୟତା ପ୍ରସଙ୍ଗ, ଲୋକସଭାରେ ବିଜେଡି-ବିଜେପି ମୁହାଁମୁହିଁ

author img

By

Published : Dec 3, 2019, 6:28 PM IST

ଲୋକସଭାରେ ବିଜେଡି-ବିଜେପି ମୁହାଁମୁହିଁ । ‘ଫନି’ ସହାୟତା ପ୍ରସଙ୍ଗରେ ଗୃହରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ। ବିଜେପି ଫନି ସହାୟତାକୁ ନେଇ ବିଜେଡି ସରକାରକୁ ଘେରି ଥିବାବେଳେ ଏଥିରେ ରାଜନୀତି ନକରିବାକୁ କହିଲା ବିଜେଡି।

bjd and bjp
‘ଫନି’ ସହାୟତା ପ୍ରସଙ୍ଗ, ଲୋକସଭାରେ ବିଜେଡି-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ଲୋକସଭାରେ ବିଜେଡି-ବିଜେପି ମୁହାଁମୁହିଁ । ‘ଫନି’ ସହାୟତା ପ୍ରସଙ୍ଗରେ ଗୃହରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ । ବିଜେପି ଫନି ସହାୟତାକୁ ନେଇ ବିଜେଡି ସରକାରକୁ ଘେରିଥିବାବେଳେ ଏଥିରେ ରାଜନୀତି ନକରିବାକୁ କହିଲା ବିଜେଡି ।

ସୋମବାର ଲୋକସଭାରେ ‘ଫନି’ ତଥା ବାତ୍ୟା ସମ୍ବନ୍ଧୀୟ ଆଲୋଚନା ସମୟରେ ବିଜେପି ସାଂସଦ ଜୁଏଲ ଓରାମ୍‌ ‘ଫନି’ ବାବଦରେ ରାଜ୍ୟସରକାରଙ୍କୁ କେତେ ଟଙ୍କା ଦିଆଯାଇଛି ବୋଲି ପଚାରିଥିଲେ । ଏହାସହ ଏତେ ଟଙ୍କା ଦିଆଯିବା ସତ୍ତ୍ବେ କଣ ପାଇଁ କିଛି ଲୋକଙ୍କୁ ପାଲ ଖଣ୍ଡେ ବି ରାଜ୍ୟ ସରକାର ଯୋଗାଇ ନାହାଁନ୍ତି ବୋଲି କହି ଏହି ଟଙ୍କା ଖର୍ଚ୍ଚ ହେଉଛି କି ନାହିଁ ତାହା ଯାଞ୍ଚ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ କହିଥିଲେ ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଟଙ୍କା ଖର୍ଚ୍ଚ ନେଇ ଅଧିକାରୀ ସ୍ତରୀୟ ଆଲୋଚନା ହେବ ବୋଲି କହିଥିବାବେଳେ ବିଜେଡି ସାଂସଦ ପିନାକୀ ମିଶ୍ର ଏଥିରେ ରାଜନୀତି ନକରିବାକୁ ଜୁଏଲଙ୍କୁ କହିଥିଲେ । ‘ଫନି’ରେ ରାଜ୍ୟସରକାର ଅନେକ କାମ କରିଥିବାରୁ ସରକାରଙ୍କୁ ବିଶ୍ବ ବ୍ୟାଙ୍କ ସମେତ ପ୍ରଧାନମନ୍ତ୍ରୀ ବି ପ୍ରଶଂସା କରିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ରାଜନୀତି ନ କରିବାକୁ ସେ କହିଥିଲେ।

ଫନି ସହାୟତା ପାଇଁ କେନ୍ଦ୍ର, ରାଜ୍ୟକୁ 4679 କୋଟି ଟଙ୍କା ଦେଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏପ୍ରିଲ 29ରେ ଏସଡିଆରଏଫରୁ 340 କୋଟି ଟଙ୍କା ଅଗ୍ରିମ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ଅତିରିକ୍ତ 1000 କୋଟି ଓ କ୍ଷୟକ୍ଷତି ଆକଳନ ପରେ ଏନଡିଆରଏଫକୁ 3338.22 କୋଟି ଟଙ୍କା ଦିଆଯାଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.