ETV Bharat / bharat

ବାର ପାନ ମସଲା ବିହାରରେ ବ୍ୟାନ - bihar govt

ମଦ ପରେ ଗୁଟଖା ପାନ ମସଲା ଉପରେ କଟକଣା ଲଗାଇଲେ ନୀତିଶ ସରକାର । ମାଗ୍ନେସିୟମ କାର୍ବୋନେଟଯୁକ୍ତ ପାନ ମସଲାର ଉତ୍ପାଦନ, ବିକ୍ରି ଏବଂ ବିତରଣ ଉପରେ ଏହି ପ୍ରତିବନ୍ଧକ ଲାଗିଛି ।

ଫାଇଲ ଫଟୋ
author img

By

Published : Aug 30, 2019, 7:11 PM IST

ପାଟନା: ମଦ ପରେ ଗୁଟଖା ପାନ ମସଲା ଉପରେ କଟକଣା ଲଗାଇଲେ ନୀତିଶ ସରକାର । ମାଗ୍ନେସିୟମ କାର୍ବୋନେଟ ଯୁକ୍ତ ପାନ ମସଲାର ଉତ୍ପାଦନ, ବିକ୍ରି ଏବଂ ବିତରଣ ଉପରେ ଏହି ପ୍ରତିବନ୍ଧକ ଲାଗିଛି।

ବିହାରରେ ବିକ୍ରି ହେଉଥିବା ପାନ ମସଲାରେ ମାଗ୍ନେସିୟମ କାର୍ବୋନେଟର ମାତ୍ରା ରହିଥିବା ଦୀର୍ଘ ଦିନ ହେବ ଦାବି କରାଯାଉଥିଲା । ତେଣୁ ଚଳିତ ବର୍ଷ ଜୁନ ଏବଂ ଅଗଷ୍ଟ ମଧ୍ୟରେ ଖାଦ୍ୟ ସଂରକ୍ଷଣ ବିଭାଗ ୨୦ଟି ବ୍ରାଣ୍ଡର ପାନ ମସଲା ଯାଞ୍ଚ କରିବା ପରେ ଏଥିରେ ମାଗ୍ନେସିୟମ କାର୍ବୋନେଟ ପାଇଥିଲା । ମାଗ୍ନେସିୟମ କାର୍ବୋନେଟର ବ୍ୟବହାର ଫୁଡ୍‌ ସେଫ୍ଟି ଏବଂ ଷ୍ଟାଣ୍ଡାର୍ଡ ରେଗୁଲେଶନ ନିୟମ 2011ର ଉଲଙ୍ଘନ କରୁଥିବା ଦର୍ଶାଇ ବିହାର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପ୍ରତିବନ୍ଧକ ଲାଗିଥିବା ବ୍ରାଣ୍ଡ ଗୁଡିକ ହେଉଛି ରଜନୀଗନ୍ଧା, ରାଜ ନିବାସ, ସୁପ୍ରିମ ପାନ ପରାଗ, ବାହାର, ବାହୁବଳୀ, ରାଜଶ୍ରୀ, ରୌନକ, ସିଗ୍ନେଚର, ପ୍ୟାଶନ, କମଲା ପସନ୍ଦ, ମଧୁ ପାନ ମସଲା। ରାଜ୍ୟର ସମସ୍ତ ଡିଏମ, ଏସପି, କମିଶନରଙ୍କୁ ଏହି ନିର୍ଦ୍ଦେଶ ଲାଗୁ କରି ଉଚିତ୍ ରୂପରେ ପାଳନ କରିବାକୁ ବିହାର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.