ETV Bharat / bharat

ଶହୀଦ ପରିବାରଙ୍କୁ ଚାକିରୀ ଯୋଗାଇବେ ବିହାର ସରକାର

author img

By

Published : Jun 27, 2020, 10:12 AM IST

ଗଲୱାନ ଘାଟିରେ ଚୀନ ସହ ସଂଘର୍ଷ ଘଟି 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ସେଥିରୁ 5 ଜଣ ବୀର ଯବାନ ବିହାରର । ଅଧିକ ପଢନ୍ତୁ...

ଶଦୀହ ପରିବାରଙ୍କୁ ଚାକିରି ଯୋଗାଇବେ ବିହାର ସରକାର

ପାଟନା: ଶହୀଦ ପରିବାରଙ୍କ ପାଇଁ ଖୁସି ଖବର । ପରିବାରର ଜଣକୁ ମିଳିବ ସରକାରୀ ଚାକିରୀ । ଗଲୱାନ ଘାଟିରେ ଶହୀଦ ହୋଇଥିବା ପ୍ରତି ଯବାନଙ୍କ ପରିବାରବର୍ଗ ମଧ୍ୟରୁ ଜଣେ ଚାକିରୀ ପାଇବେ । ଏନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମତି ମିଳିଛି ।

ଜୁନ 15-16 ତାରିଖ ଦିନ ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷ ଘଟି ଭାରତର 20 ବୀରପୁତ୍ର ଶହୀଦ ହୋଇଥିଲେ । ସେଥିରୁ 5 ଜଣ ଯବାନ ବିହାରର । ଶହୀଦଙ୍କ ପରିବାରବର୍ଗଙ୍କୁ ସହାୟତା ରାଶି ଘୋଷଣା କରିଥିଲେ ବିହାର ସରକାର । ପ୍ରତି ପରିବାରକୁ 36 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଓ ପରିବାରର ଜଣକୁ ଚାକିରୀ ଦେବେ ବୋଲି ଘୋଷଣା କରିଥିଲେ ।

ସରକାରଙ୍କ ପକ୍ଷରୁ ସମସ୍ତ ଶହୀଦଙ୍କ ପରିବାରକୁ 11 ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ 25 ଲକ୍ଷ ଲେଖାଏଁ ଶହୀଦଙ୍କ ପରିବାରଙ୍କୁ ମିଳିବ । ଏହା ସହ 5 ଶହୀଦ ପରିବାର ପକ୍ଷରୁ ଜଣକୁ ସରକାରୀ ଚାକିରୀ ଦେବାକୁ ମଧ୍ୟ ଘୋଷଣା କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.