ETV Bharat / bharat

‘କିଲ୍ କୋରୋନା’ ଅଭିଯାନ ଆରମ୍ଭ କରିବେ ଏମପି ସରକାର

author img

By

Published : Jun 25, 2020, 3:22 PM IST

କୋରୋନାକୁ ଲୋପ କରିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ମଧ୍ୟପ୍ରଦେଶ ସରକାର । ଏହି ଅଭିଯାନର ନାମ ‘କିଲ୍ କୋରୋନା’ ଦିଆଯାଇଛି ।

_kill corona
କୋରୋନା ବିରୋଦ୍ଧରେ ‘କିଲ୍ କୋରୋନା’ ଅଭିଯାନ ଆରମ୍ଭ କରିବେ ଏମପି ସରକାର

ଭୋପାଳ: କୋରୋନାକୁ କିଲ୍(ମୂଳପୋଛ) କରିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ମଧ୍ୟପ୍ରଦେଶ ସରକାର । ଏହି ଅଭିଯାନର ନାମ ‘କିଲ୍ କୋରୋନା’ ଦିଆଯାଇଛି ।

ଏକ ଭିଡିଓ କନଫରେନ୍ସି ଜରିଆରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କିଲ୍ କୋରୋନା ଅଭିଯାନ ଚଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅଭିଯାନ ସମଗ୍ର ରାଜ୍ୟରେ ଜୁଲାଇ 1 ରୁ 15 ମଧ୍ୟରେ ଆରମ୍ଭ କରାଯିବ । ଏହି ଅଭିଯାନକୁ 10 ଲକ୍ଷ ଘରେ ପହଞ୍ଚାଇବାକୁ ମଧ୍ୟପ୍ରଦେଶ ସରକାର ଲକ୍ଷ୍ୟ ରଖିଛନ୍ତି । 10 ଲକ୍ଷ ଘରର ସର୍ଭେ ପାଇଁ 10 ହଜାର ଟିମ୍ ପ୍ରସ୍ତୁତ କରାଯିବ । ପ୍ରତ୍ୟୋକ ଟିମ୍ ଅତି କମରେ 100 ଘରର ସର୍ଭେ କରିବେ ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଶାସନିକ ଅଧିକାରୀଙ୍କ ସହ ଏହି ଅଭିଯାନରେ ଜନ ପ୍ରତିନିଧି, ସାମାଜିକ ସଂଗଠନ ଏବଂ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟ କରୁଥିବା ଲୋକଙ୍କ ସହାୟତା ନିଆଯିବ। ଏହି ଅଭିଯାନ ଆଧାରରେ ସମଗ୍ର ରାଜ୍ୟର ସର୍ଭେ କରାଯିବ । ଘର ଘରକୁ ଯାଇ ସାର୍ଥକ ଆପ ମାଧ୍ୟମରେ ସୂଚନା ଅପଲୋଡ କରାଯିବ । ଲକ୍ଷଣ ଆଧାରରେ ସନ୍ଦିଗ୍ଧ ରୋଗୀଙ୍କୁ ଦେଖାଯିବ । ଏଥିସହ ଥଣ୍ଡା କାଶ, ଜ୍ବର ବ୍ୟତୀତ ଡେଙ୍ଗୁ, ମ୍ୟାଲେରିଆ ଏବଂ ଝାଡ଼ା ସମ୍ବନ୍ଧୀୟ ସୂଚନା ମଧ୍ୟ ସଂଗ୍ରହ କରାଯିବ।

ଏହି ଅଭିଯାନ ଶେଷ କରିବାକୁ ସରକାରଙ୍କ ପକ୍ଷରୁ ସ୍ଥାନୀୟ ସ୍ତରରେ କୋଭିଡ ମିତ୍ରଙ୍କୁ ନିଯୁକ୍ତ କରିବେ। ଏହି କୋଭିଡ ମିତ୍ର ମାନେ ସ୍ବତନ୍ତ୍ର ଭାବରେ ସର୍ଭେ କାର୍ଯ୍ୟ କରିବେ । ସେମାନଙ୍କୁ 6 ମାସ ପାଇଁ ନିଯୁକ୍ତି ଦିଆଯିବ । ଯେଉଁଥିପାଇଁ ସେମାନଙ୍କୁ ପ୍ରତି ମାସରେ 1500 ଟଙ୍କା ଦିଆଯିବ । ଏଥିସହ ଏହି ଅଭିଯାନ ଶେଷ କରିବାକୁ ସ୍ୱେଚ୍ଛାସେବୀଙ୍କ ସହାୟତା ମଧ୍ୟ ନେବେ । ଯିଏ ସର୍ଭେ କାର୍ଯ୍ୟ କରିବେ ଏବଂ ସାର୍ଥକ ଆପରେ ସୂଚନା ଅପଲୋଡ୍ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.