ETV Bharat / bharat

ଆସନ୍ତା ସପ୍ତାହରୁ କୋଲକାତାରେ ଦ୍ବିଗୁଣିତ ହେବ କୋରୋନା ଟେଷ୍ଟ

author img

By

Published : Jul 22, 2020, 3:12 PM IST

ପଶ୍ଚିମବଙ୍ଗ ସରକାର ଆସନ୍ତା ଏକ ମାସ ମଧ୍ୟରେ କୋଭିଡ-19 ପାଇଁ ଦୈନିକ ପରୀକ୍ଷା କ୍ଷମତାକୁ ଦ୍ବିଗୁଣିତ କରିବେ । ମଙ୍ଗଳବାର ପଶ୍ଚିମବଙ୍ଗ 54 ଟି ଲାବ୍ରୋଟାରୀରେ 13,064 ନମୁନା ପରୀକ୍ଷା କରିଛି।

କୋଭିଡ-19 ପରୀକ୍ଷା ଦ୍ବି-ଗୁଣିତ କରିବେ ପଶ୍ଚିମବଙ୍ଗ ସରକାର

କୋଲକାତା: ପଶ୍ଚିମବଙ୍ଗ ସରକାର ଆସନ୍ତା ଏକ ମାସ ମଧ୍ୟରେ କୋଭିଡ-19 ପାଇଁ ଦୈନିକ ପରୀକ୍ଷା କ୍ଷମତାକୁ ଦ୍ବିଗୁଣିତ କରିବେ । ଏହାସହ ଅଗଷ୍ଟ 15 ରୁ ପ୍ରତିଦିନ ପ୍ରାୟ 25,000 ନମୁନା ପରୀକ୍ଷା କରିବାକୁ ସରକାର ଯୋଜନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି। ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ହାରାହାରି 36,000 ରୁ ଅଧିକ ପରୀକ୍ଷା କରୁଛନ୍ତି। ଉତ୍ତରପ୍ରଦେଶ ପ୍ରତିଦିନ 43,000 ରୁ ଅଧିକ ନମୁନା ପରୀକ୍ଷା କରେ । ମଙ୍ଗଳବାର ପଶ୍ଚିମବଙ୍ଗ 54 ଟି ଲାବ୍ରୋଟାରୀରେ 13,064 ନମୁନା ପରୀକ୍ଷା କରିଛି।

ଜୁଲାଇ 21 ସୁଦ୍ଧା ପଶ୍ଚିମବଙ୍ଗ ପ୍ରାୟ 7.2 ଲକ୍ଷ ପରୀକ୍ଷା କରିଛି। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମମତା କହିଛନ୍ତି । ମହାମାରୀର ପ୍ରଥମ ଦିନରେ ରାଜ୍ୟ କମ୍ ପରୀକ୍ଷଣ କରୁଥିବାରୁ ମେଡିକାଲ୍ ବିଶେଷଜ୍ଞ, ବିରୋଧୀ ଦଳ ଓ ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ ଅନେକ ଚିଠି ଲେଖିଥିଲେ । ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରତିଦିନ 200ରୁ କମ୍ ପରୀକ୍ଷା କରାଯାଉଥିଲା ।

ମଙ୍ଗଳବାର ରାଜ୍ୟରେ 2,261 ନୂତନ କୋଭିଡ-19 ମାମଲା ସାମ୍ନାକୁ ଆସିଛି । ଆଜି ପର୍ଯ୍ୟନ୍ତ ମୋଟ ପଜିଟିଭ ରୋଗୀଙ୍କ ସଂଖ୍ୟା 47,030 କୁ ବୃଦ୍ଧି ପାଇଛି । ରାଜ୍ୟରେ କୋଭିଡ-19ରେ ସଂକ୍ରମଣ ହାର 6.45 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.