ETV Bharat / bharat

ବିବାଦୀୟ ଫୋସବୁକ ପୋଷ୍ଟକୁ ନେଇ ବାଂଲାଦେଶରେ ଉତ୍ତେଜନା, 4 ମୃତ

author img

By

Published : Oct 21, 2019, 9:09 PM IST

ସୋସିଆଲ ମିଡ଼ିଆରେ ବିବାଦୟୀ ପୋଷ୍ଟ ନେଇ ବାଂଲାଦେଶରେ ରବିବାର ଉତ୍ତେଜନା ଦେଖାଦେଇଥିଲା । ତେବେ ଏହି ଘଟଣାରେ ପୋଲିସ ଉତ୍ତେଜନାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ମାଡ଼ କରିଥିଲା । ଏପରିକି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା କରିଥିବା ମଧ୍ୟ ଜଣାପଡ଼ିଛି । ତେବେ ଗୁଳି ମାଡ଼ରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଢାକା: ବାଂଲାଦେଶର ଭୋଲା ଜିଲ୍ଲାରେ ଫେସବୁକ ପୋଷ୍ଟକୁ ନେଇ ରବିବାର ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 4 ଜଣଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏହା ସହିତ ପାଖାପାଖି 50 ଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ ଫେସବୁକରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଭୋଲା ଜିଲ୍ଲାରେ ଉତ୍ତେଜନା ଦେଖାଦେଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଉତ୍ତେଜନାକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ଫଳରେ ସେମାନଙ୍କୁ ଉପରକୁ ପୋଲିସ ଲୁହବୁହା ଗ୍ୟାସ ମାଡ଼ କରିଥିବାଲା ।

ଏନେଇ ପୋଲିସ କହିଛି ଯେ, ଶୁକ୍ରବାର ଜଣେ ହିନ୍ଦୁ ବ୍ୟକ୍ତି ମୁସଲମାନଙ୍କ ଧର୍ମଗୁରୁଙ୍କୁ ସୋସିଆଲ ମିଡ଼ିଆରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ତେବେ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ରବିବାର ସକାଳେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା । ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହାର ତତ୍କାଳ ତଦନ୍ତ ଦାବି କରିଥିଲେ ।

ଏହି ସମ୍ପର୍କରେ ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜନାକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲା । ମାତ୍ର ଉତ୍ତେଜନାକାରୀମାନେ ପୋଲିସ ଉପରକୁ ପଥରମାଡ଼ କରିଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ବରିଷ୍ଠ ପୋଲିସ ଅଧିକାରୀ ସଲ୍ଲାଉଦ୍ଦିନ ମିୟାଁ କହିଛନ୍ତି ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଉତ୍ତେଜନାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ଛାଡ଼ିଥିବା ଦେଖିବାକ ମିଳିଛି ।

ଏହା ପରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଫାଙ୍କା ଗୁଳି ଚାଳନା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ତେବେ ଏହି ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ଗୁରୁତର ହୋଇଥିବା ଜଣାପଡ଼ିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.