ETV Bharat / bharat

ବିଶ୍ବର ସର୍ବବୃହତ ପର୍ଯ୍ୟଟନସ୍ଥଳୀ ହେବ ‘ଅଯୋଧ୍ୟା’

author img

By

Published : Oct 27, 2020, 12:23 PM IST

ରାମ ଜନ୍ମଭୂମି ଅଯୋଧ୍ୟା ସହରକୁ ପର୍ଯ୍ୟଟକମାନଙ୍କ ପାଇଁ ଅନୁକୂଳ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରିବାକୁ ଯୋଜନା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...

Ayodhya to be developed as 'eco-friendly' city
ବିଶ୍ବର ସର୍ବବୃହତ ପର୍ଯ୍ୟଟନସ୍ଥଳୀ ହେବ ଅଯୋଧ୍ୟା

ଲକ୍ଷ୍ନୌ: ଅଯୋଧ୍ୟା ସହରକୁ ଏକ ପରିବେଶ ଅନୁକୂଳ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବାକୁ ଯୋଜନା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାମ ମନ୍ଦିର କାମ ଶେଷ ହେବା ପରେ ପର୍ଯ୍ୟଟକମାନଙ୍କ ବହୁବିଧି ଆଗମନର ଆଶା କରଯାଉଥିବା କହିଛନ୍ତି ଯୋଗୀ ।

ସୁସ୍ଥ ପରିବେଶ ପାଇଁ ସହରରେ ପ୍ରଦୂଷଣ ହାସ୍ର ହେବା ଆବଶ୍ୟକ । ସହରକୁ ପ୍ରଦୂଷଣ ମୁକ୍ତ କରିବାକୁ ସହରର ପ୍ରବେଶ ସ୍ଥାନରୁ ରାମ ମନ୍ଦିର ଯାଏଁ କେବଳ ଇଲେକଟ୍ରୋନିକ ଯାନବାହାନ ଚଳାଚଳ କରିବ ବୋଲି କହିଛନ୍ତି ସରକାରୀ ମୁଖପାତ୍ର । ସମସ୍ତ ମୁଖ୍ୟ ମାର୍ଗରେ ପାର୍କିଂ ଓ ମଲ୍ଟି ଲେବଲ ପାର୍କିଂ ସ୍ଥାନ ରହିବା ସହ ପର୍ଯ୍ୟଟକମାନଙ୍କ ପାଇଁ ରୋପୱର ସୁବିଧା କରାଯିବ ।

ଏହା ବ୍ୟତୀତ ସହର ଦେଇ ପ୍ରବାହିତ ସାରୟୁ ନଦୀକୁ ପରିଷ୍କାର ଓ ଶୁଦ୍ଧ କରିବାକୁ ସ୍ବଏଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଏସଟିପି) ସହିତ ସଂଯୋଗ କରାଯିବ । ଯାହା ନଦୀରେ ବୁଡ ପକାଇବାକୁ ଇଚ୍ଛା କରୁଥିବା ଭକ୍ତଙ୍କ ପାଇଁ ଅନୁକୂଳ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଏସଟିପି ପାଇଁ ଆତ୍ୟାଧୁନିକ ମଡେଲ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାମଜନ୍ମ ଭୂମିରେ ସମସ୍ତ ବିକାଶମୂଳକ କାମ ଦ୍ରୁତ ଗତିରେ ଆରମ୍ଭ ହୋଇଛି ।

ଆସନ୍ତା ଏକ ଦଶନ୍ଧି ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ତିନିଗୁଣା ବୃଦ୍ଧି ପାଇବା ନେଇ ଆଶା କରିଛନ୍ତି ରାଜ୍ୟ ସରକାର । ପରିସଂଖ୍ୟନ ବିଷ୍ଲେଷଣରୁ ଜଣାପଡିଛି 2023 ସୁଦ୍ଧା 6.8କୋଟି ଲୋକ ରାମଙ୍କ ଜନ୍ମଭୂମିକୁ ଯାତ୍ରା କରିବେ । ଆଗାମୀ ବର୍ଷରେ ରାମ ମନ୍ଦିର କର୍ଯ୍ୟ ଶେଷ ହେବା ପରେ, ଅଯୋଧ୍ୟା ବିଶ୍ବର ସର୍ବବୃହତ ପର୍ଯ୍ୟଟନସ୍ଥଳୀ ହେବାକୁ ଯାଉଛି ।

ବାରହାତ,ଶାହାନାୱାଜପୁର ଓ ତିହୁରାର 749ଏକର ଜମିରେ ଆଉ ଏକ ନୂଆ ଅଯୋଧ୍ୟା ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ନୂଆ ଅଯୋଧ୍ୟାରେ ପାଞ୍ଚଟି ଦେଶ ପାଇଁ ପାନ୍ଥନିବାଶ ରହିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.