ହାଇଦ୍ରାବାଦ: ନିଜାମାବାଦରେ ସଡକ ଦୁର୍ଘଟଣା। ଦ୍ରୁତଗାମୀ କାର ଅଟୋ ସମେତ ରାସ୍ତାରେ ଯାଉଥିବା ବାଇକକୁ ମଧ୍ଯ ଧକ୍କା ଦେଇଛି । ଫଳରେ 5 ଜଣଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ତେଲେଙ୍ଗାନା ନିଜାମାବାଦ ଅଞ୍ଚଳରେ ଘଟିଛି ଏହି ସିରିଜ ଦୁର୍ଘଟଣା । ପ୍ରଥମେ କାରଟି ନିୟନ୍ତ୍ରଣ ହରାଇ ଅଟୋରିକ୍ସା ସମେତ ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ 2 ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ଆରୋହୀଙ୍କ ସହ ବାଇକରେ ଥିବା 3ଜଣ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ