ETV Bharat / bharat

ଆସାମ ପୋଲିସକୁ ସଫଳତା; 15 କୋଟିର ଡ୍ରଗ୍ସ ଜବତ, 4 ଗିରଫ

author img

By

Published : Oct 19, 2020, 11:12 AM IST

ଦେଶରେ ଡ୍ରଗ୍ସ କାରବାର ଦିନକ ଦିନ ବଢିବାରେ ଲାଗିଛି । ଏଭଶି ସ୍ଥିତିରେ ରବିବାର ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ହେରୋଇନ ଜବତ କରିବା ସହ ଚାରିଜଣ ବେପାରୀଙ୍କୁ ଗିରଫ କରିଛି ଆସାମ ପୋଲିସ । ଅଧିକ ପଢନ୍ତୁ...

Assam police seizes drugs worth over Rs 15 crore, four held
୧୫ କୋଟି ଟଙ୍କ‌ାର ଡ୍ରଗ୍ସ ଜବତ ସହ ୪ ଜଣଙ୍କୁ ଗିରଫ କଲା ଆସାମ ପୋଲିସ

ଗୌହାଟୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ କାରବାର ବିରୋଧରେ କଡ଼ା ନଜର ରହିଥିବା ବ‌େଳେ ଆସାମ ପୋଲିସ ରବିବାର ଚାରିଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି । ତେବେ ସେମାନଙ୍କ ନିକଟରୁ ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ହେରୋଇନ ଜବତ କରିଛି ପୋଲିସ । ପୋଲିସ କହିଛି ଯେ, ଏକ ଗୁପ୍ତ ସୂଚନା ପାଇ ସବ୍-ଇନ୍ସପେକ୍ଟର ମନୁଜଲ ଗୋଗୋଇଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ଆସାମର କର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରୁ ଡ୍ରଗ୍ସ ନେଇ ଯାଉଥିବା ଏକ ଟ୍ରକ୍‌କୁ ରାସ୍ତା ମଝିରେ ଅଟକାଇ ଥିଲା । ଏବଂ ସେହି ଟ୍ରକରୁ ୬ଟି ପ୍ୟାକେଟ୍‌ରୁ ପ୍ରାୟ ୩.୪୫ କିଲୋ ହେ‌ରୋଇନ ଜବତ କରାଯାଇଥିଲା । ଡ୍ରଗ୍ସ ବିକ୍ରୟ କରୁଥିବା ଦୁଇ ଜଣ ବ୍ୟକ୍ତି ମଣିପୁରର ବାସିନ୍ଦା ବୋଲି ଜଣାପଡ଼ିଛି । ସେମାନଙ୍କୁ ନାର୍କୋଟିକ୍ସ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବ୍‌ଷ୍ଟାନ୍ସ ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି ।

ପୋଲିସ ଅନ୍ୟ ଏକ ଘଟଣା‌ରେ ଚଢ଼ଉ କରି ମଧ୍ୟ 88ଟି କଣ୍ଟେନରରେ ଡ୍ରଗ୍ସ ଜବତ କରିଥିବା ଜାଣିବାକୁ ମିଳିଛି । ଭାରତୀୟ ଦଣ୍ଡ ସଂହିତା ଏବଂ ଏନଡିପିଏସ୍ ଅଧିନିୟମ ଅନୁଯାୟୀ ଏହି ମାମଲାରେ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି । ସେପ୍ଟେମ୍ବର ୨୭ରେ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ୨୫ କୋଟି ଟଙ୍କା ମୂଲ୍ୟର ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଥିଲା । ସୁରକ୍ଷା ବାହିନୀ ଏବଂ ଗୁପ୍ତଚର ଅଧିକାରୀଙ୍କ କହିବାନୁଯାୟୀ ଏହି ସମସ୍ତ ଡ୍ରଗ୍ସ ମିଆଁମାରରୁ ଚୋରା ଚାଲାଣ କରାଯାଇଥିଲା ।

ମିଆଁମାରର ସୀମାନ୍ତ ତଥା ଉତ୍ତର-ପୂର୍ବ ଅଞ୍ଚଳରେ ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ନିଷେଧାଦେଶର ଚାଲାଣ ହେଉଥିବା ଘଟଣା ଅନେକବାର ସାମ୍ନାକୁ ଆସିଛି । ତେବେ ଏବେ ଡ୍ରଗ୍ସ ଚୋରା ଚାଲାଣରେ ମିଜୋରାମ ଏବଂ ମଣିପୁର ଏକ ଗୁରୁତ୍ୱପୂର୍ଣ୍ଣ ଗମନାଗମନ ପଥରେ ପରିଣତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.