ETV Bharat / bharat

ସୁଧୁରୁଛି ଆସାମ ବନ୍ୟା ସ୍ଥିତି, ବଢୁଛି ମୃତ୍ୟୁ ସଂଖ୍ୟା - 21 ଜିଲ୍ଲାର 20 ଲକ୍ଷ ଲୋକେ ପ୍ରଭାବିତ

ଆସାମ ବନ୍ୟା ପରିସ୍ଥିତିରେ ସୁଧାର । 21 ଜିଲ୍ଲାର 20 ଲକ୍ଷ ଲୋକେ ପ୍ରଭାବିତ । ଜଳବନ୍ଦୀରେ 1,771 ଗାଁ । ମୃତ୍ୟୁ ସଂଖ୍ୟା 104କୁ ବୃଦ୍ଧି ।ଅଧିକ ପଢନ୍ତୁ.....

Assam flood situation improves ,death toll to 104
ସୁଧୁରୁଛି ଆସାମ ବନ୍ୟା ସ୍ଥିତି : ମୃତ୍ୟୁ ସଂଖ୍ୟା 104କୁ ବୃଦ୍ଧି
author img

By

Published : Jul 29, 2020, 9:01 AM IST

ଗୌହାଟୀ: ସୁଧୁରୁଛି ଆସାମର ବନ୍ୟା ପରିସ୍ଥିତି । 21 ଜିଲ୍ଲାର 20 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ବେଳେ 1,771 ଗାଁ ଜଳବନ୍ଦୀରେ ରହିଛି। ମୃତ୍ୟୁ ସଂଖ୍ୟା 104କୁ ବୃଦ୍ଧି ପାଇଛି । ଏ-ନେଇ ଆସାମ ବିପର୍ଯ୍ୟୟ ପରିଚାଳନା ଅଥୋରିର୍ଟିଙ୍କପକ୍ଷରୁ ସୂଚନା ମିଳିଛି। 103,609 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 137 ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ 163 ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟର ପଶ୍ଚିମରେ ଥିବା ଗୋଲପାରା 444,842, ବାରପେଟା 306,778, ମୋରିଗାଓଁ 271,763, ଧୁବ୍ରି 222,868 ଓ ସାଉଥ ସଲମାରା 249,423 5ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବ୍ରହ୍ମପୁତ୍ର ନଦୀ ଜୋରହାଟ, ଧୁବ୍ରି, ଗୋଲପାରା ଏବଂ ସୋନିଟପୁରରେ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି ।

ସୁଧୁରୁଛି ଆସାମ ବନ୍ୟା ସ୍ଥିତି : ମୃତ୍ୟୁ ସଂଖ୍ୟା 104କୁ ବୃଦ୍ଧି

ସେହିପରି ତିନୋଟି ଜିଲ୍ଲାରେ ଧାନସିରୀ, ଜିଆ ଭରଲୀ ଏବଂ କୋପିଲି ନଦୀ ଗୁଡିକ ମଧ୍ୟ ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି । 21ଟି ଜିଲ୍ଲାରେ ପ୍ରଶାସନ ପକ୍ଷରୁ 400ଟି ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ,42,300 ଲୋକେ ଆଶ୍ରୟ ନେଇଛନ୍ତି । 21ଟି ଜିଲ୍ଲାର ଅନେକ ସ୍ଥାନରେ ରାସ୍ତା, ବ୍ରିଜ୍, କଲଭର୍ଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଧୋଇ ହୋଇଯାଇଥିବା ବେଳେ ଶହ ଶହ ଘର ଭାଙ୍ଗି ଯାଇଛି । 16ଟି ଏନଡିଆରଏଫ ଟିମ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.