ETV Bharat / bharat

କୋରୋନା ଯୋଦ୍ଧାଙ୍କ ପାଇଁ ‘ଆୟୁଷ କ୍ବାଥ’ ଔଷଧ ତିଆରି କଲା ଆର୍ୟୁବେଦିକ କଲେଜ - କୋରୋନା ଯୋଦ୍ଧା

କୋରୋନା ମହାମାରୀ ମଧ୍ୟରେ ନିଜ ଜୀବନକୁ ଖାତିର ନକରି କୋରୋନା ଯୋଦ୍ଧାମାନେ ରୋଗୀଙ୍କ ସେବା କରିଚାଲିଛନ୍ତି । ଏହା ମଧ୍ୟରେ ଆସାମର ଆୟୁର୍ବେଦିକ କଲେଜ ‘ଆୟୁଷ କ୍ବାଥ’ ମେଡିକେଟେଡ ମିକ୍ସର ଡୋଜ ତିଆରି କରିଛନ୍ତି । ଯାହା ହର୍ବାଲ୍ ଚା ପରି କୋରୋନା ଯୋଦ୍ଧାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବ । ଭାରତ ସରକାର ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ‘ଆୟୁଷ କ୍ୱାଥ’ପ୍ରସ୍ତୁତ କରାଯାଇଛି।

ayush kwath
କୋରୋନା ଯୋଦ୍ଧାଙ୍କ ପାଇଁ ‘ଆୟୁଷ କ୍ବାଥ’ ଔଷଧ ତିଆରୀ କଲା ଆର୍ୟୁବେଦିକ କଲେଜ
author img

By

Published : May 30, 2020, 11:43 AM IST

ଗୌହାଟି: କୋରୋନା ଯୋଦ୍ଧାଙ୍କ ପାଇଁ ‘ଆୟୁଷ କ୍ବାଥ’ ଔଷଧ ତିଆରି କଲା ଆର୍ୟୁବେଦିକ କଲେଜ । କୋରୋନା ମହାମାରୀ ମଧ୍ୟରେ ନିଜ ଜୀବନକୁ ଖାତିର ନକରି କୋରୋନା ଯୋଦ୍ଧାମାନେ ରୋଗୀଙ୍କ ସେବା କରିଚାଲିଛନ୍ତି । ଏହା ମଧ୍ୟରେ ଆସାମର ଆୟୁର୍ବେଦିକ କଲେଜ ‘ଆୟୁଷ କ୍ବାଥ’ ମେଡିକେଟେଡ ମିକ୍ସର ଡୋଜ ତିଆରି କରିଛନ୍ତି । ଯାହା ହର୍ବାଲ୍ ଚା ପରି କୋରୋନା ଯୋଦ୍ଧାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବ । ଭାରତ ସରକାର ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ‘ଆୟୁଷ କ୍ୱାଥ’ପ୍ରସ୍ତୁତ କରାଯାଇଛି।

କଲେଜର ଡାକ୍ତରଙ୍କ କହିବା ଅନୁଯାୟୀ, କ୍ୱାଥ ଅଦା, ତୁଳସୀ, ହଳଦୀ ଗୁଣ୍ଡ ଏବଂ ଚିନାବାଦାମରେ ପ୍ରସ୍ତୁତ ଏକ ମିଶ୍ରଣ ଅଟେ । ଦିନକୁ ଦୁଇଥର ଏହି ମିଶ୍ରଣକୁ ଖାଇବା ଦ୍ବାରା ଏହା କୋରୋନା ଯୋଦ୍ଧାଙ୍କୁ ଭାଇରସ ଠାରୁ ଦୂରେଇ ରଖିବ । ଡାକ୍ତରଙ୍କ ଟିମ୍ କହିଛି ଯେ, ବର୍ତ୍ତମାନ ଏହି କ୍ବାଥ କେବଳ ଆୟୁର୍ବେଦିକ ଡାକ୍ତରଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଯେଉଁମାନେ କୋରୋନା ରୋଗୀଙ୍କ ସେବା କରୁଛନ୍ତି ।

ଯଦି ସରକାର ଆମକୁ ଅନୁମତି ଦିଅନ୍ତି ତେବେ ଆମେ ରାଜ୍ୟର ଅନ୍ୟ କୋରୋନା ଯୋଦ୍ଧାମାନଙ୍କ ପାଇଁ କ୍ବାଥ ଅଧିକ ଉତ୍ପାଦନ କରିବୁ ବୋଲି ମହାବିଦ୍ୟାଳୟର ପ୍ରଫେସର ଡ. ପ୍ରଣବ ଜ୍ୟୋତି ବୈଶ୍ୟ କହିଛନ୍ତି।

ଏହି କ୍ୱାଥ ରୋଗ ପ୍ରତିରୋଧକ ଶକ୍ତି ବଢାଇବ। ପ୍ରଥମେ ଆମେ ଡାକ୍ତରଙ୍କ ମଧ୍ୟରେ ଏହି କ୍ୱାଥ୍ ବଣ୍ଟନ କରିବୁ ଏବଂ ପରେ ସମ୍ଭବ ହେଲେ ଅନ୍ୟ କୋରୋନା ଯୋଦ୍ଧାମାନଙ୍କୁ ମଧ୍ୟ କ୍ବାଥ ବଣ୍ଟନ କରାଯିବ ବୋଲି ଡ. ପ୍ରଣବ ଜ୍ୟୋତି ବୈଶ୍ୟ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.