ନୂଆଦିଲ୍ଲୀ: ଅକ୍ଟୋବର ପହିଲାରେ ଚୀନ ନିଜର 70 ତମ ଜାତୀୟ ଦିବସ ପାଳନ କରିଥିଲା । ଏହି ଅବସରରେ ଚୀନ ବିଶ୍ବକୁ ତାର ଶକ୍ତି ପ୍ରଦର୍ଶନ ଦେଖାଇଥିଲା । ଜାତୀୟ ଦିବସରେ ଚୀନ, ଲଢୁଆ ଡ୍ରୋନ, ନୂଆ ବାଲିଷ୍ଟିକ କ୍ଷେପଣାସ୍ତ୍ର, ଲଢୁଆ ବିମାନ ପ୍ରଦର୍ଶନ କରି ବିଶ୍ବକୁ ଚକିତ କରିଦେଇଥିଲା । ସଂଯୁକ୍ତ ରାଷ୍ଟ୍ରରେ ଚୀନ ସେନା ଓ ଏହାର ରାଜନୀତି ସମୀକରଣକୁ ନେଇ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡିଏସ ହୁଡ୍ଡାଙ୍କ ଏକ ବିବରଣୀ ।
ଜାତୀୟ ଦିବସରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ମିସାଇଲ ଡିଏଫ-୪୧କୁ ଚୀନ ଲଞ୍ଚ କରିଥିଲା । ଏହି ଅନ୍ତଃ ମହାଦ୍ବିପୀୟ ମିସାଇଲ ୧୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏହି ମିସାଇଲ ମାତ୍ର ୩୦ ମିନିଟ ଭିତରେ ଆମେରିକାକୁ ଟାର୍ଗେଟ କରିପାରିବ । ଏହି ମିସାଇଲ୍ ଏକା ସାଙ୍ଗରେ ୧୦ଟି ପରମାଣୁ ବୋମା ଧାରଣ କରିପାରିବ ।
ଏହା ବ୍ୟତୀତ ପରେଡରେ ପାରମ୍ପରିକ ଡ୍ରୋନ ବ୍ୟତିତ ପାଣି ଭିତରେ କାମ କରୁଥିବା ବାହନ ଓ ସବୁଠାରୁ ଦ୍ରୁତ ଡ୍ରୋନ ଡିଆର-୮ର ପ୍ରଦର୍ଶନ କରାଯାଇଛି । ଚୀନ ନିକଟରେ ଦୁନିଆର ସବୁଠାରୁ ବଡ ସେନା ରହିଛି । ପରେଡରେ ୧୫ ହଜାର ସୈନିକ ଭାଗ ନେଇଥିଲେ । ଏହାସହ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ଉଦବୋଧନ ଭାଷଣରେ କହିଥିଲେ ଯେ, "ଆମେ କାହାଠାରୁ କମ ନୁହଁ । ଚୀନ ଦ୍ରୁତ ଗତିରେ ଆଗକୁ ବଢୁଛି" ।
ଜାତୀୟ ଦିବସରେ ଚୀନ ସବୁଠାରୁ ଆଧୁନିକ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଡିଏଫ-୪୧, ଜେଏଲ-୨ ଆଣବିକ ଶକ୍ତି ସଂପନ୍ନ ବୁଡା ଜହାଜରୁ ନିକ୍ଷେପ କରିହେଉଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର, ଜେ-୨୦ସ ଷ୍ଟିଲଥ ଫାଇଟର ଜେଟ, ଜିଜେ-୧୧ ଷ୍ଟେଲଥ ଲଢୁଆ ଡ୍ରୋନ, ଅତି ଉଚ୍ଚରେ ଉଡିପାରୁଥିବା ଡବ୍ଲୁଜେଡ୍-୮ ଗୁପ୍ତଚର ଡ୍ରୋନ ପ୍ରଦର୍ଶନ କରିଥିଲା ।
ଏହି ବିଶାଳ ପରେଡ ମାଧ୍ୟମରେ ଚୀନ ନିଜକୁ ସୁପରପାଓ୍ଵାର ଭାବେ ପ୍ରଦର୍ଶିତ କରିବାର ଏକ ଝଲକ ଦେଖାଇଥିଲା ।
ଏହା ଚୀନକୁ 2035 ସୁଦ୍ଧା ସୈନ୍ୟ ଶକ୍ତିର ଆଧୁନିକୀକରଣକୁ ସମ୍ପୂର୍ଣ୍ଣ କରିବା ଦଗରେ ଦ୍ରୁତ ଗତିରେ ଅଗ୍ରସର ହେବାର ଆଭାସ । ଏକ ପ୍ରଭାବଶାଳୀ ଓ ଯୁଦ୍ଧନିପୁଣ ସୈନ୍ୟବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟତିତ ସାଂଗଠନିକ ଢାଞ୍ଚା, ପ୍ରଶିକ୍ଷଣ ପଦ୍ଧତିକୁ ନୂତନତ୍ବ ପ୍ରଦାନ, କର୍ମିକ ନୀତି, ସ୍ବଦେଶୀ ରକ୍ଷା ଉତ୍ପାଦନର ପରୀକ୍ଷଣ ଉପରେ ବିଶେଷ ଧ୍ୟାନ ଆବଶ୍ୟକତା କରେ । ଏଥିସହ ନାଗରିକ ସୈନ୍ୟ-ଏକତ୍ରୀକରଣ ମଧ୍ୟ ନିହାତି ଅପରିହାର୍ଯ୍ୟ । ଏହି ସମସ୍ତ ଦିଗରେ ବିଗତ କିଛି ବର୍ଷ ହେବ ଚୀନ ନିରନ୍ତର ପ୍ରୟାସ କରିଆସୁଅଛି ।
ନଭେମ୍ବର 2015ରେ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)କୁ ଅତ୍ୟାଧୁନିକ କରିବା ପାଇଁ ଚୀନ ଏହି ଅଦ୍ଭୁତପୂର୍ବ ରଣନୀତି ଆପଣେଇଛି । ଏହାର ନୌସେନା, ବାୟୁସେନା ଓ ନୂତନ ରଣନୀତି ୟୁନିଟକୁ ମଜବୁତ କରିବା ପାଇଁ ସ୍ଥଳ ସେନା ସଂଖ୍ୟାକୁ ହ୍ରାସ କରିଥିଲା । ଚୀନ ପାଖାପାଖି ତିନି ଲକ୍ଷ କର୍ମଚାରୀଙ୍କୁ କମ କରିଥିଲା ।
ଅନେକ ଅନ୍ତରୀଣ ପ୍ରତିବନ୍ଧକ ସତ୍ତ୍ବେ ଫେବୃୟାରୀ 2016ରେ ଚୀନ ସେଭେନ ମିଲିଟାରୀ ରିଜନସକୁ ହ୍ରାସ କରି ଫାଇଭ୍ ଥିଏଟର କମାଣ୍ଡୋ ଭାବରେ ପୁର୍ନଗଠିତ କରିଥିଲା । ଏହାସହ ପିଏଲଏ ସାମନ୍ୟ ସୈନ୍ୟ ବିଭାଗକୁ କୈନ୍ଦ୍ରୀୟ ସୈନ୍ୟ ଆୟୋଗ ଦ୍ବାରା 15 ଗୋଟି ଆନୁଷ୍ଠାନିକ ବିଭାଗକୁ ପ୍ରତ୍ୟେକ୍ଷ ଭାବରେ ପୁନଃଅବସ୍ଥାପିତ କରାଯାଇଥିଲା । ଏହା ସୈନ୍ୟ ବିଭାଗର ସଂଯୁକ୍ତ ଅଭିଯାନକୁ ପରିଚାଳନା ଓ ଅନ୍ତରୀକ୍ଷ, ଇଲେକ୍ଟ୍ରୋନିକ୍ସ, ସାଇବର ସ୍ପେସକୁ ସଂଚାଳନ କରିବା କ୍ଷମତାରେ ଅଭିବୃଦ୍ଧିକୁ ସକ୍ଷମ କରିବା ପାଇଁ ଏକ ପ୍ରାରମ୍ଭିକ ପ୍ରକ୍ରିୟା ଅନ୍ତର୍ଗତ ।
ପିଏଲଏ ଦ୍ବାରା ଯୁଦ୍ଧର ଅନୁଭବରେ ହ୍ରାସ ତଥା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ବାରା ‘ଶାନ୍ତି ରୋଗ’ ବାର୍ତ୍ତା ପ୍ରସାରିତ କରାଯାଇଥିଲା । ଅଧୁନିକ ସୈନ୍ୟ ଶକ୍ତି ଦ୍ବାରା ଯୁଦ୍ଧ ଓ କ୍ଷମତା ବିଷୟରେ ଚିନ୍ତା କରିବା ଏହାର ପ୍ରମୁଖ ସ୍ରୋତ ଭାବରେ କାମ କରିଛି ।
ଚୀନର ରକ୍ଷା ଉଦ୍ୟୋଗ ପରିସରର ବିକାଶ ସବୁଠାରୁ ପ୍ରଭାବଶାଳୀ ଅଟେ । ପ୍ରତିବର୍ଷ ପ୍ରତିରକ୍ଷା ସମ୍ବନ୍ଧୀୟ ଖବରରେ ବିଶ୍ବର ଶୀର୍ଷ 100 ପ୍ରତିରକ୍ଷା କର୍ମୀଙ୍କ ଏକ ସୂଚୀ ପ୍ରତିବର୍ଷ ପ୍ରକାଶିତ ହୋଇଥାଏ । ଗତ ବର୍ଷ ଏହି ତାଲିକାରେ ଜଣେ ହେଲେ ବି ଚାଇନା ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରତିଷ୍ଠାନ ସ୍ଥାନ ପାଇନଥିଲା । ମାତ୍ର ଚଳିତ ବର୍ଷ ଚାଇନା କମ୍ପାନୀ ଶୀର୍ଷ 15 ମଧ୍ୟରେ ସ୍ଥାନ ହାସଲ କରିଛି । ଚୀନ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ସହ ରକ୍ଷା ଉପକରଣ ନିର୍ମାଣ କରିବାରେ ଆତ୍ମନିର୍ଭରଶୀଳ ଅଟେ ।
ବର୍ଷ 2014ରୁ 18 ମଧ୍ୟରେ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଷ୍ଟ୍ରାଟେଜିକ ଷ୍ଟଡିଜ ଚୀନ ଜର୍ମାନୀ, ଭାରତ, ସ୍ପେନ, ତାଇୱାନ ଓ ୟୁକେ ନୌସେନା ନିର୍ମାଣ କରିଥିବା ଯୁଦ୍ଧପୋତ, ଜାହାଜ ନିର୍ମାଣ କରିଛି ।
ଚୀନର ସାମରିକ ଶକ୍ତିର ଦ୍ରୁତ ଅଭିବୃଦ୍ଧି ଅନେକ ରାଷ୍ଟ୍ର ପାଇଁ ଆହ୍ବାନ ସଦୃଶ । ଚୀନର ନୂତନ ସୈନ୍ୟ ଶକ୍ତିର ଅଭ୍ୟୁଦୟ ଆମେରିକା ପାଇଁ ସତର୍କର ଘଣ୍ଟି । ଚୀନର ସିଧା ମୁକାବିଲା ଆମେରିକା ସହ ହେବ ବୋଲି ପୂର୍ବାନୁମାନ କରାଯାଉଛି ।
ୟୁନାଟେଡ ଷ୍ଟେଟସ୍ର ଜେନେରାଲ ଜୋସେଫ ଡନଫୋର୍ଡ କହିଛନ୍ତି ଯେ, ସମ୍ଭବତଃ 2025 ବେଳକୁ ଆମେରିକା ପାଇଁ ଚୀନ ସବୁଠାରୁ ବଡ ବିପଦ ଭାବରେ ମୁଣ୍ଡ ଟେକିଥିବ । ଏଭଳି ସମୟରେ ଏହି ଦୁଇ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଏସିଆ ମହାଦେଶରେ ହିଁ ପରସ୍ପରକୁ ଟାର୍ଗେଟ କରିବେ । ଏଥିରେ ଭାରତ ଭଳି ଦେଶକୁ ଦୁଇ ଶକ୍ତି ମଧ୍ୟରୁ ଏକ କୁ ବାଛିବା ଭଳି ବାଧ୍ୟବାଧକତା ପୂର୍ଣ୍ଣ ପରିସ୍ଥିତିର ସାମ୍ନା କରିବାକୁ ପଡିବ ।
ଜନ ଜେ, ମେରସିମେରଙ୍କ ନିଜ ଆଲ୍ଲେଖ୍ୟରେ ଏହା ଲେଖିଛନ୍ତି ଯେ,
ଯଦି ଚୀନ ଆର୍ଥିକ ଭାବରେ ଅଭିବୃଦ୍ଧି କରେ ତେବେ ଏହା ସମଗ୍ର ଏସିଆରେ ରାଜୁତି କରିବାକୁ ପ୍ରସାୟ କରିବ ଠିକ ସେହିଭଳି,ଯେଉଁଭଳି ଭାବରେ ଆମେରିକା ପଶ୍ଚିମ ଗୋଲାର୍ଦ୍ଧରେ ପ୍ରଭାବ ବିସ୍ତାର କରିଛି ।
ଆମେରିକା ଚୀନକୁ କ୍ଷେତ୍ରୀୟ ଆଧିପତ୍ୟ ବିସ୍ତାର କରିବା ପାଇଁ ସମସ୍ତ ଶକ୍ତି ପ୍ରୟୋଗ କରିବ । ବେଜିଂର ଅଧିକାଂଶ ପଡୋଶୀ ଭାରତ, ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଋଷ ଓ ଭିଏତନାମା ସହିତ ଆମେରିକା ସହ ହାତ ମିଶାଇ ଚୀନ ଶକ୍ତିକୁ ସୀମା ଭିତରେ ରଖିବା ପାଇଁ ପ୍ରଚେଷ୍ଟା କରିବେ । ଏହାର ପରିଣାମ ଯୁଦ୍ଧ ଆଡକୁ ଗତି କରିବ । ଏହାସହ ଯୁଦ୍ଧ ସମ୍ଭାବନା ଓ ବିଶ୍ବର ସୁରକ୍ଷା ରକ୍ଷା କରିବା ଏକପ୍ରକାର ଅସମ୍ଭବ ହୋଇ ପଡିବ । ସଂକ୍ଷେପରେ ଏହା କୁହାଯାଇ ପାରେ ଯେ ଚୀନର ଉଦୟ କେବେ ହେଲେ ବି ସ୍ଥିର ଓ ପ୍ରତିରୋଧ କରାଯାଇ ପାରିବ ନାହିଁ ।
ମେରସିମେରଙ୍କ ମୂଲ୍ୟାଙ୍କନ ସମ୍ପୂର୍ଣ୍ଣ ଭାବରେ ସତ୍ୟ ହୋଇ ନପାରେ । ମାତ୍ର ସ୍ବତଃପ୍ରବୃତ୍ତ ଭାବରେ ଏହା କୁହାଯାଇ ପାରେ ଚୀନକୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ତଥା ଆଧିପତ୍ୟ ବିସ୍ତାର କରିବାକୁ ହେଲେ ଭାରତକୁ ପ୍ରତିରୋଧ କରିବା ଅପରିହାର୍ଯ୍ୟ ।
ଏଥିପାଇଁ ବର୍ତ୍ତମାନ ଭାରତ ପାଇଁ ସତର୍କର ଘଣ୍ଟି । ଏକ ଅତ୍ୟାଧୁନିକ ଯୁଦ୍ଧ ଲଢିବା ପାଇଁ ଭାରତକୁ ଏବେଠାରୁ ଯତ୍ନବାନ ହେବା ଆବଶ୍ୟକ ରହିଛି । ସେନାର ସ୍ବେଦେଶୀ ପ୍ରଣାଳୀରେ ଅତ୍ୟାଧୁନିକ କରିବା ଭାରତ ପାଇଁ ଅପରିହାର୍ଯ୍ୟ ।