ETV Bharat / bharat

‘ଶତ୍ରୃକୁ ଜବାବ ଦେବା ପାଇଁ ସେନାର ହାତ ସର୍ବଦା ସ୍ବାଧୀନ ଥିଲା’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେବା ପୂର୍ବରୁ ସେନାର ହାତ ମୁକ୍ତ ଥିଲା । ମୋଦି ସରକାର ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେବା ଏକ ବହୁତ ବଡ ନିଷ୍ପତ୍ତି ଅଟେ ।

author img

By

Published : Apr 13, 2019, 1:42 PM IST

ଫାଇଲ ଫଟୋ

ପାଣାଜୀ: ମୋଦି ସରକାର ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେବା ପୂର୍ବରୁ ସେନା ସ୍ବାଧୀନ ଥିଲା । ସେନାର ହାତ ବନ୍ଧା ନୁହେଁ ମୁକ୍ତ ଥିଲା । ଅବଶ୍ୟ ମୋଦି ସରକାର ସେନାଙ୍କୁ ସୀମାପାର ଆକ୍ରମଣ ପାଇଁ ଅନୁମତି ଦେଇ ବହୁତ ବଡ ନିଷ୍ପତ୍ତି ନେଇଥିଲେ । ଲେଫ୍ଟନାଣ୍ଟ ଜେନେରାଲ ଡି.ଏସ ହୁଡ୍ଡା ଗୋଆରେ ଆୟୋଜିତ ଗୋଆ ଫେଷ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି, କେନ୍ଦ୍ର ସରକାର ସର୍ଜିକାଲ ଷ୍ଟ୍ରାଇକ୍ ଓ ବାଲାକୋଟରେ ଏୟାର ଷ୍ଟ୍ରାଇକରେ ଅନୁମତି ଦେଇ ନିଶ୍ଚିତ ରୂପେ ଏକ ମହାନ ରାଜନୈତିକ ପଦକ୍ଷେପ ପାଇଁ ନିଷ୍ପତ୍ତି ନେଇଛନ୍ତି । ହେଲେ ଏହା ପୂର୍ବରୁ ସେନାର ହାତ ବନ୍ଧା ନଥିଲା । ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେବା ପାଇଁ ବହୁ ପୂର୍ବରୁ ଆଲୋଚନା ହେଉଛି, କିନ୍ତୁ 1947 ମସିହାରୁ ସୀମାରେ ସେନା ସ୍ବାଧୀନ ଅଟନ୍ତି ।

ହୁଡ୍ଡା ଆହୁରି କହିଛନ୍ତି, ନିୟନ୍ତ୍ରଣ ରେଖା ଏକ ବିପଦ ଜନକ ସ୍ଥାନ ଅଟେ, ଯେତେବେଳେ ଶତ୍ରୃ ପକ୍ଷରୁ ଗୁଳିମାଡ ହୁଏ ସେନା ପକ୍ଷରୁ ସଙ୍ଗେସଙ୍ଗେ ତାର ଜବାବ ଦିଆଯାଏ । ସେହି ସମୟରେ ସୁରକ୍ଷାକର୍ମୀମାନେ ମୋ ଠାରୁ ମଧ୍ୟ ଅନୁମତି ମଧ୍ୟ ନେଇ ନ ଥାନ୍ତି । ଅନୁମତି ନେବାର ପ୍ରଶ୍ନ ହିଁ ଉଠୁନି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.